ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥର ମଶୀନାପଡ଼ା ଛକ ନିକଟରେ ଏକ ବାଇକକୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ମଧୁସୂଦନ ସେଠୀ। ତାଙ୍କ ଘର ବୌଦ୍ଧ ସହର ସ୍ଥିତ କେଉଟ ସାହିରେ। ଗୁରୁତର ଯୁବକଙ୍କ ନାଁ ସନଥ ବାରିକ। ତାଙ୍କ ଘର ପଦ୍ମନପୁରରେ। ସେମାନେ ଦୁଇ ଜଣ ସାଙ୍ଗ ଥିଲେ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ମଧୁସୂଦନ ଓ ସନଥ ଏକ ବାଇକ୍ରେ ସୋନପୁରରୁ ବୌଦ୍ଧ ଆସୁଥିଲେ। ତେବେ ମଶୀନାପଡ଼ା ଛକ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ସେମାନଙ୍କ ବାଇକ୍କୁ ଆଗ ପଟୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ମଧୁସୂଦନଙ୍କ ମୃତ୍ୟୁ ଘଟିଥିଲା। ତେବେ ସ୍ଥାନୀୟ ଲୋକେ ସନଥଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମନମୁଣ୍ଡା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/34itCh6
No comments:
Post a Comment