ମୁମ୍ବାଇ: ରିଆଲିଟି ଶୋ’ ବିଗ୍ ବସ୍ରେ ପ୍ରତିଦିନ କିଛି ନା କିଛି ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ଗତ ସପ୍ତାହଟି ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ଝଗଡ଼ାରେ ହିଁ ଚାଲିଗଲା। ଆଉ ଏବେ ବିଶାଲ୍ ଆଦିତ୍ୟ ସିଂହ ଓ ମଧୁରିମା ତୁଲୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଡ୍ରାମା। ଗତ କିଛି ଦିନ ହେବ ଏମାନେ ଏକାଠି ସମୟ ବିତାଉଥିଲେ ଓ ଘରେ ସବୁ କଥାରେ ପରସ୍ପରକୁ ସମର୍ଥନ କରୁଥିଲେ। ଏସବୁ ଦେଖି ଲାଗୁଥିଲା ଯେ ଦୁହିଁଙ୍କ ଭିତରେ ସବୁ କିଛି ଠିକ୍ ହୋଇଯାଇଛି। ହେଲେ ପୁଣିଥରେ ଏ ଦୁହିଁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଯାଇଛି। କହିବାକୁ ଗଲେ ପୂର୍ବ ଅପେକ୍ଷା ଝଗଡ଼ା ଆହୁରି ବଢ଼ିଯାଇଛି। କାରଣ ବିଶାଲ୍ଙ୍କ ଉପରକୁ ହାତ ଉଠାଇ ଦେଇଛନ୍ତି ମଧୁରିମା।
‘ବିଗ୍ ବସ୍’ର ଗତକାଲିର ଏପିସୋଡ୍ରେ ବିଶାଲ୍ ଓ ମଧୁରିମା ଏକ କପ୍କୁ ନେଇ ଝଗଡ଼ା କରିଥିଲେ। ଏହି ସମୟରେ ମଧୁରିମାଙ୍କୁ ବହୁତ କଥା ଶୁଣାଇଥିଲେ ବିଶାଲ୍। ଆଉ ତା’ପରେ ମଧୁରିମା ରାଗି ଯାଇ ତାଙ୍କୁ ଚାପୁଡ଼ା ମାରିବେ ବୋଲି କହିଥିଲେ। ଆଉ ଏହାର ଜବାବର ମାରିକି ଦେଖାଅ ବୋଲି ବିଶାଲ୍ କହିଥିଲେ। ଏହା ପରେ ମଧୁରିମା ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ତାଙ୍କ ଉପରକୁ ହାତ ଉଠାଇ ଦେଇଥିଲେ। ବିଶାଲ ରାଗିଯାଇ ତାଙ୍କ ସୁଟ୍କେଶ୍କୁ ଗୋଇଠା ମାରିଥିଲେ। ଏହାପରେ ଦିନ ସାରା ଦୁହିଁଙ୍କ ମଧ୍ୟରେ ତୁ ତୁ ମେ ମେ ଜାରି ରହିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଏହି ଯୋଡ଼ି ‘ନଚ୍ ବଲିୟେ ୯’ର ସବୁଠୁ ଅଧିକ ବିବାଦୀୟ ଯୋଡ଼ି ଥିଲେ। ଦୁଇ ଜଣଙ୍କ ତୁ ତୁ ମେ ମେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ହେଲେ ସମସ୍ତେ ଚାହୁଁଥିଲେ ଯେ ଦୁହେଁ ପୂର୍ବ କଥା ଭୁଲି ପୁଣିଥରେ ଏକାଠି ହେଇଯା’ନ୍ତୁ। ଆଉ ଦର୍ଶକଙ୍କ ଡିମାଣ୍ଡରେ ହିଁ ବିଶାଲ ଓ ମଧୁରିମାଙ୍କୁ ‘ବିଗ୍ ବସ୍ ୧୩’କୁ ଆଣାଯାଇଥିଲା। ସମସ୍ତଙ୍କର ଆଶା ଥିଲା ଯେ ଗୋଟିଏ ଛାତ ତଳେ ରହିଲେ ଦୁହେଁ ପରସ୍ପରର ନିକଟତର ହୋଇପାରିବେ। ହେଲେ ଏବେ ତ କିଛି ଓଲଟା ହିଁ ଦେଖିବାକୁ ମିଳୁଛି।
from Odisha Reporter https://ift.tt/2QAtfKf
No comments:
Post a Comment