ଗୋଟିଏ ମାସରେ ୯୧ ଛୁଆଙ୍କ ମୃତ୍ୟୁ, ନିରବ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ଗୋଟିଏ ମାସରେ ୯୧ ଛୁଆଙ୍କ ମୃତ୍ୟୁ, ନିରବ ସରକାର

କୋଟା: ଦେଶରେ ବିଜେପି ସରକାର ବିରୋଧରେ ଗୋହି ଖୋଳିଛି କଂଗ୍ରେସ। ହେଲେ ରାଜସ୍ଥାନ କୋଟା ସ୍ଥିତ ଜେ.କେ. ଲୋନ ହସ୍ପିଟାଲରେ ଗୋଟିଏ ମାସରେ ୯୧ ଜଣ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଲାଣି। ଯେଉଁଠି କଂଗ୍ରେସ ସରକାର ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି। ରାହୁଲ ଗାନ୍ଧି ଏଭଳି ଶିଶୁ ମଡ଼କ ବାବଦରେ କେବେ ମୁହଁ ଖୋଲିବେ ବୋଲି ବିଜେପିର ସାଂସଦ ଟିମ୍ ପ୍ରଶ୍ନ କରିଛି। ମଙ୍ଗଳବାର ହସ୍ପିଟାଲ ବୋର୍ଡ ଏବଂ ଆଇସିୟୁ ଗସ୍ତ କରିବା ପରେ ବିଜେପି ମହିଳା ସାଂସଦ ଟିମ୍ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଛୋଟ ଛୁଆଙ୍କ ଚିକିତ୍ସାରେ ଅବହେଳା କରୁଥିବା ବିଜେପି ସାଂସଦ ପ୍ରତିନିଧି ଦଳ କହିଛି।

ପ୍ରତିନିଧି ଦଳରେ ସାମିଲ୍ ଥିବା ବିଜେପିର ପଶ୍ଚିମବଙ୍ଗ ସାଂସଦ ଲକେଟ ଚାଟାର୍ଜୀ ରାହୁଲ ଗାନ୍ଧିଙ୍କୁ ଛିଗୁଲେଇ କହିଛନ୍ତି, ରାହୁଲ ଗାନ୍ଧି କେବେ ତ ଏହି ପ୍ରସଙ୍ଗରେ ମୁହଁ ଖୋଲନ୍ତୁ। ବୋଧହୁଏ ନୂଆବର୍ଷ ପାଳନ କରିବା ପାଇଁ ଇଟାଲୀ ବୁଲିବାକୁ ପଳାଇଛନ୍ତି।

ଏହି ପ୍ରତିନିଧି ଦଳ ହସ୍ପିଟାଲ ପରିଦର୍ଶନ କରୁଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଛୁଆର ସ୍ୱାସ୍ଥ୍ୟାବସ୍ଥା ସଠିକ୍ ଭାବରେ ଦେଖୁନଖିବା ମୃତ ଛୁଆଙ୍କ ପରିବାର ଲୋକେ କହିଥିବା ସାଂସଦ ଚାଟାର୍ଜୀ କହିଛନ୍ତି। ହସ୍ପିଟାଲର ଗୋଟିଏ ବେଡରେ ତିନି ଜଣ ଛୁଆଙ୍କୁ ରଖି ଡାକ୍ତରମାନେ ଚିକିତ୍ସା କରୁଥିବା ମୃତକଙ୍କ ପରିବାର ଲୋକେ ତାଙ୍କୁ କହିଥିବା ସେ କହିଛନ୍ତି। ଯଦି ଗୋଟିଏ ବେଡରେ ତିନି ଜଣ ଛୁଆ ଚିକିତ୍ସିତ ହେବେ ତା’ହେଲେ ସଂକ୍ରମଣ ହେବା ନିଶ୍ଚିତ। ହସ୍ପିଟାଲ କର୍ତ୍ତୃପକ୍ଷ ଏ ବାବଦରେ କାହିଁକି ଅଣଦେଖା କରୁଛନ୍ତି ବୋଲି ବିଜେପିର ଏହି ମହିଳା ସାଂସଦ କହିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଝାଡ଼ଖଣ୍ଡ ନିର୍ବାଚନରେ କଂଗ୍ରେସର ବିଜୟୀ ଉତ୍ସବରେ ଯୋଗ ଦେବା ପାଇଁ ଯାଉଛନ୍ତି। ହେଲେ ତାଙ୍କ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ବୁଲିବାକୁ କାହିଁକି ଆସୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜ ଛୁଆଙ୍କୁ ହରାଇବା ପରେ କିଭଳି ଗୋଟିଏ ମା’କୁ କଷ୍ଟ ହେଉଥିବା ତାହା ସେ ବୁଝିଛନ୍ତି।

ସୂଚନାଯୋଗ୍ୟ, ଜାତୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ରାଜସ୍ଥାନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ସାରିଛି। କୋଟା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ବି.ଏସ. ତମ୍ୱରଙ୍କୁ ୩ ଜାନୁଆରୀ ସୁଦ୍ଧା ବ୍ୟକ୍ତିଗତ ଭାବରେ ଦିଲ୍ଲୀରେ ଦେଖା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ମଡ଼କ ପରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ବଦଳି ହୋଇଛି। ନୂଆ ସୁପରିଟେଣ୍ଡେଣ୍ଟ ସୁରେଶ ଦୁଲାରା କହିଛନ୍ତି, ୨୫ ଡିସେମ୍ୱରରୁ ୨୯ ଡିସେମ୍ୱର ମଧ୍ୟରେ ହସ୍ପିଟାଲର ଏନଆଇସିୟୁ ଏବଂ ପିଆଇସିୟୁ ୟୁନିଟରେ ୧୪ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ୨୪ ଡିସେମ୍ୱର ଯାଏ ୭୭ ନବଜାତଙ୍କର ମୃତ୍ୟୁ ଘଟିସାରିଥିଲା। ଯେଉଁଥିରେ ୪୮ ଘଣ୍ଟା ମଧ୍ୟରେ ୧୦ ନବଜାତଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟର କାରଣ ବାବଦରେ ପେଡିଆଟ୍ରିକ୍ସ ଡିପାର୍ଟମେଣ୍ଟର ମୁଖ୍ୟ ଅମୃତ ଲାଲ ଭୈରବ କହିଛନ୍ତି, ୨୫ ଡିସେମ୍ୱର ଯାଏ ୭୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟର ଅନୁଧ୍ୟାନ କରାଯାଉଛି। ୭୭ ମୃତକଙ୍କ ମଧ୍ୟରୁ ୧୪ ନବଜାତଙ୍କର ମୃତ୍ୟୁର ଅନୁଧ୍ୟାନ ହୋଇଛି। ୪ ଜଣ ନିମୋନିଆରେ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ କଗ୍ନିଜେଣ୍ଟାଲ ନିମୋନିଆ, ୩ ଜଣ ନ୍ୟୁମେଟିକ ସେପ୍ଟିସେମିଆ, ଜଣେ ମେନିନ୍ଜାଇଏନସେଫାଲାଇଟସ ଏବଂ ଜଣଙ୍କର ମୃତ୍ୟୁ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ମୃତ୍ୟୁ ହୋଇଛି।



from Odisha Reporter https://ift.tt/2FcJckg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages