ସିଏଏକୁ ପଶ୍ଚିମବଙ୍ଗରେ ବିରୋଧ, ମୁସଲିମଙ୍କ ପାଖକୁ ଯିବ ଆରଏସଏସ ଓ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ସିଏଏକୁ ପଶ୍ଚିମବଙ୍ଗରେ ବିରୋଧ, ମୁସଲିମଙ୍କ ପାଖକୁ ଯିବ ଆରଏସଏସ ଓ ବିଜେପି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବେ ସରକାରଙ୍କ ଏହି ଆଇନକୁ ନେଇ ମୁସଲମାନ ଭାଇ ଭଉଣୀଙ୍କ ପାଖକୁ ଯିବ ବୋଲି ଯୋଜନା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆଇନକୁ ବିରୋଧ କରିବା ସହିତ ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି ଚିନ୍ତା କହିଛନ୍ତି। ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟଙ୍କୁ କେନ୍ଦ୍ରର ଏହି ଯୋଜନା ବାବଦରେ ବୁଝାଇବାକୁ ରଣନୀତି ଆରମ୍ଭ କରିଛି ବିଜେପି ଓ ଆରଏସଏସ।

ପଶ୍ଚିମବଙ୍ଗର ଜଣେ ଆରଏସଏସ କର୍ମୀ କହିଛନ୍ତି, ସିଏଏକୁ ନେଇ ମୁସଲମାନ ଭାଇ ଭଉଣୀଙ୍କ ପାଖକୁ ଭୁଲ ବାର୍ତ୍ତା ଯାଇଛି। ହେଲେ ଏହି ଆଇନ ଦେଶର ମୁସଲମାନଙ୍କ ବିରୋଧର ନୁହେଁ। ସେମାନେ ଏ ବାବଦରେ ନିହାତି ଅବଗତ ହେବା ଦରକାର। ତେଣୁ ଆରଏସଏସ ଏବେ ମୁସଲମାନ ଭାଇ ଭଉଣୀଙ୍କୁ କେନ୍ଦ୍ରର ଏହି ଆଇନ ବାବଦରେ ଅବଗତ କରାଇବ। ଦକ୍ଷିଣ ବଙ୍ଗଳା ଏବଂ କେଲାକାତାରେ ନାଗରିକତା ଆଇନ ବାବଦରେ ସୂଚନା ଦେବା ପାଇଁ ଆରଏସଏସ ନିଜର ଅଭିଯାନ ଆରମ୍ଭ କରିଦେଇଥିବା ସୂଚନା ରହିଛି।

ବିଜେପି ମଧ୍ୟ କେନ୍ଦ୍ରର ଏହି ଆଇନ ବାବଦରେ ଅବଗତ କରାଇବା ପାଇଁ ଦୁଇ ଦିନିଆ କର୍ମଶାଳା ଆୟୋଜିତ କରିବ। ରାଜ୍ୟର ଛଅଟି ଜିଲ୍ଲା ମାଲଦା, ଉତ୍ତର ଦିନାଜପୁର, ମୁର୍ଶିଦାବାଦ, ହାଓ୍ୱଡା, ଉତ୍ତର 24 ପରଗନା ଏବଂ ଦକ୍ଷିଣ 24 ପରଗନାରେ ସିଏଏକୁ ଜୋରଦାର ବିରୋଧ କରାଯାଇଛି।

ମମତା ବାନାର୍ଜୀ ଟିଏମସି ରାଲିରେ ଏହି ଆଇନକୁ କେନ୍ଦ୍ର ଫେରାଇ ନେଉ ବୋଲି ସେ ଅପିଲ କରିଛନ୍ତି। ନଚେତ ଯେତେ ପର୍ଯ୍ୟନ୍ତ ତାଙ୍କର ଶେଷ ନିଶ୍ୱାସ ଥିବ ସେତେଦିନ ଯାଏ ସେ ଏହି ଆଇନକୁ ବିରୋଧ କରିବେ ବୋଲି କହିଛନ୍ତି। ଆସାମରେ ପ୍ରଥମେ ଏହି ଆଇନକୁ ବିରୋଧ କରାଯାଇଥିଲା। ଯଦିଓ ସେଠାରେ ସ୍ଥିତି ପ୍ରଶମିତ ରହିଛି ଏବେ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଏହି ଆଇନକୁ ଅଧିକ ବିରୋଧ ଜାରି ରହିଛି।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ଦେଶର କୌଣସି ନାଗରିକଙ୍କ ନାଗରିକତ୍ୱ ନେବ ନାହିଁ। ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଣ ମୁସଲମାନ ମାନେ ଏହି ନାଗରିକତ୍ୱ ପାଇବେ।



from Odisha Reporter https://ift.tt/36Qj6zm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages