ବିକ୍ଷୋଭରେ ସାମିଲ ହେବାରୁ ହାତରୁ ଚାଲିଗଲା ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ବିକ୍ଷୋଭରେ ସାମିଲ ହେବାରୁ ହାତରୁ ଚାଲିଗଲା ଶୋ’

ମୁମ୍ବାଇ: ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂହଙ୍କୁ ମହଙ୍ଗା ପଡ଼ିଲା। ତାଙ୍କ ହାତରୁ ଚାଲିଗଲା ଟେଲିଭିଜନ୍ ଶୋ’ ‘ସାବଧାନ୍ ଇଣ୍ଡିଆ’।  ୮ ବର୍ଷ ସେ ଏହି ଶୋ’ର ଉପସ୍ଥାପକ ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ଏଥିରୁ ବାହାର କରି ଦିଆଯାଇଛି।

ନାଗରିକତା ସଂଶୋଧନ ଆଇନ (CAA)କୁ ପ୍ରତିବାଦ କରି ମୁମ୍ବାଇରେ ଏକ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ସୁଶାନ୍ତ। ଆଉ ଏହା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଛି।

ଏନେଇ ସୁଶାନ୍ତ ଅଧିକ ମୁହଁ ନ ଖୋଲିଥିଲେ ବି ଟ୍ୱିଟର୍‌ରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ସାବଧାନ୍‌ ଇଣ୍ଡିଆ ଶୋ’ରେ ମୋର ଯାତ୍ରା ଶେଷ ହୋଇଗଲା।’ ତେବେ ଏ ଖବର ଜାଣିବାପରେ ତାଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି।

ସୁଶାନ୍ତଙ୍କ ଏହି ଟ୍ୱିଟ୍‌ ପଢ଼ି ଜଣେ ଫ୍ୟାନ୍‌ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହା କ’ଣ ତାଙ୍କ ସତ କହିବାର ପୁରସ୍କାର? ତେବେ ଏହାର ଜବାବ ଦେଇ ସେ ଲେଖିଛନ୍ତି, “ମୋ ବନ୍ଧୁ, ଏହା ଏକ ଅତି ଛୋଟ ମୂଲ୍ୟ। ନହେଲେ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ କ’ଣ ଜବାବ ଦେବା?’

ଜଣାଇଦେବାକୁ ଚାହୁଁ ଯେ ୨୦୦୨ରେ ଆସିଥିବା ଫିଲ୍ମ ‘ଦ ଲିଜେଣ୍ଡ ଅଫ୍‌ ଭଗତ ସିଂହ’ରେ ସୁଶାନ୍ତ ସ୍ୱାଧୀନତା ସଂଗ୍ରାମୀ ସୁଖଦେବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଭଗତ ସିଂହଙ୍କ ଭୂମିକାରେ ଅଜୟ ଦେବଗନ ଅଭିନୟ କରିଥିଲେ।

ଅନ୍ୟପକ୍ଷରେ ଏ ଘଟଣା ନେଇ ଏପର୍ଯ୍ୟନ୍ତ ଶୋ’ର ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ସୁଶାନ୍ତଙ୍କୁ ଶୋ’ରୁ ବାହାର କରିବା କାରଣ ଏବେ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି।



from Odisha Reporter https://ift.tt/2sDSHGq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages