ପୁଲିସ୍‌ ଗୁଳିରେ କୁଖ୍ୟାତ ଡକାୟତ ବବଲୁ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ପୁଲିସ୍‌ ଗୁଳିରେ କୁଖ୍ୟାତ ଡକାୟତ ବବଲୁ ଆହତ

କଟକ(ଦେବାଶିଷ ମହାନ୍ତି): କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ବାଡର ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବୁଲ୍‌ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି।  ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୩ଟା ବେଳେ ବବୁଲ୍‌ ନରାଜ ବଜାର ଅଞ୍ଚଳର ଏକ ଘରେ  ରହିଥିବା ନେଇ  ଚୌଦ୍ୱାର ପୁଲିସ୍‌ ଖବର ପାଇଥିଲା। ଏହାପରେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ସେଠାରେ ଚଢଉ କରାଯାଇଥିଲା। ତେବେ ପୁଲିସ୍‌କୁ ଦେଖି ବବୁଲ୍‌ଙ୍କ ସହ ଥିବା ତାଙ୍କ ଦୁଇ ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ହେଲେ ପୁଲିସ୍‌ ବବୁଲ୍‌କୁ ଘେରାବନ୍ଦୀ କରିବା ସହ ସରେଣ୍ଡର କରିବାକୁ କହିଥିଲା। କିନ୍ତୁ ବବୁଲ୍‌ ସରେଣ୍ଡର ନକରି ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୁଲିସ୍‌ ତା’ ଉପକୁ ଗୁଳି ଚଳାଇଥିଲା। ଏଥିରେ ବବୁଲ୍‌ର ଡାହାଣ ଗୋଡରେ ବୁଳି ବାଜିଥିଲା। ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ବବୁଲ୍‌ ଠାରୁ ଗୋଟିଏ ବନ୍ଧକୁ ଜବତ କରାଯାଇଛି। ବବୁଲ୍ ନାଁରେ ଏକାଧିକ ମାମଲା ରହିଛି। ସେ ଏକ ଡାକାୟତ ଗ୍ୟାଙ୍ଗ୍‌ର ମୁଖ୍ୟ ସଦସ୍ୟ ଥିଲା। ରାଜ୍ୟ ଓ ରାଜ୍ୟ ବହାରେ ଏକାଧିକ ଲୁଟ୍‌, ରାହାଜାନି ଓ ଡକାୟତି ଘଟଣାରେ ତାର ସଂପୃକ୍ତି ରହିଛି।

ଅନ୍ୟପକ୍ଷରେ ଗତକାଲି ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ସେହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଚୌଦ୍ୱାରା ପୁଲିସ୍ ଗିରଫ କରିଥିଲା।



from Odisha Reporter https://ift.tt/2sedsZ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages