ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବିଲେଇକୁ ଗୁଳି କରି ହତ୍ୟା ଘଟଣାରେ ଖାରବେଳ ନଗର ପୁଲିସ୍ ଜଣେ କଲେଜ ଛାତ୍ରଙ୍କୁ ଅଟକ ରଖିଛି। ତାଙ୍କ ନାଁ ଆଶୁତୋଷ ନାୟକ। ତାଙ୍କ ଘର ୟୁନିଟ-୪ ଖାରବେଳ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଗତକାଲି ସକାଳେ ୟୁନିଟ-୪ ଅଞ୍ଚଳରେ ଏକ ବିଲେଇକୁ ଦୁଇ ରାଉଣ୍ଡ୍ ଗୁଳି ଫୁଟାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ପଡ଼ୋଶୀଙ୍କ ଘରପଟୁ ପ୍ରଚଣ୍ଡ ଶବ୍ଦ ଶୁଭିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇଟି କାନ୍ଥ ଉପରୁ ତଳକୁ ଖସି ପଡ଼ିଥିଲା। ବିଲେଇଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଓ ତା ମୁଣ୍ଡ ପାଖରେ ଦୁଇଟି ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା।
ଏହାପରେ ପିପୁଲ୍ସ ଫର ଆନିମଲ ସଂସ୍ଥାକୁ ସେ ଜଣାଇଥିଲେ। ବିଲେଟିକୁ ଚିକିତ୍ସା ପାଇଁ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଲେଇକୁ ମୃତ ଘୋଷଣା କରିବା ସହ ତା’ ମୁଣ୍ଡରୁ ଦୁଇଟି ଗୁଳି ବାହାର କରିଥିଲେ ପ୍ରାଣୀ ଚିକିତ୍ସକ। ଘଟଣାକୁ ନେଇ ଖାରବେଳ ନଗର ଥାନାରେ ପିପୁଲସ୍ ଫର ଆନିମଲ୍ ତରଫରୁ ଏତଲା ଦିଆଯାଇଥିଲା।
from Odisha Reporter https://ift.tt/2PyK1dl
No comments:
Post a Comment