ବିନା ହେଲମେଟରେ ଚଲାଉଥିଲେ ବାଇକ୍‌, ଧରା ପଡ଼ିଲେ ବାବୁଶାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ବିନା ହେଲମେଟରେ ଚଲାଉଥିଲେ ବାଇକ୍‌, ଧରା ପଡ଼ିଲେ ବାବୁଶାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି। ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଛି ଟ୍ରାଫିକ୍‌ ପୁଲିସ୍‌। ତେବେ ହେଲ୍‌ମେଟ୍‌ ନ ପିନ୍ଧି ରାଜଧାନୀ ଭୁବନେଶ୍ୱରରେ ବାଇକ୍‌ ଚଲାଇବା ଅଭିଯୋଗରେ ଓଲିଉଡ ଷ୍ଟାର ବାବୁସାନଙ୍କ ନାଁରେ କଟିଛି ଚାଲାଣ। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କଟିଛି।

ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଗୋଟିଏ ମିନିଟ୍‌ରୁ ଅଧିକ ସମୟର ଏହି ଭିଡିଓରେ ଦେଖିବାକୁ ମିଳିଛି ବାବୁଶାନ୍‌ କିଭଳି ଭାବରେ ବେଫିକର୍ ହୋଇ ଗାଡ଼ି ଚଲାଉଛନ୍ତି।  ସେ ହେଲମେଟ୍ ପିନ୍ଧି ନ ଥିବା ବେଳେ ଟ୍ରାଫିକ୍ ପୁଲିସ୍‌କୁ ମଧ୍ୟ ତାଙ୍କର ଡର ରହିଛି।

ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦୦୦ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମକୁ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/2sFn1QY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages