ଓଡ଼ିଶା ପ୍ରେମରେ ବିଦେଶିନୀ; ଶିଖୁଛନ୍ତି ଓଡ଼ିଆ ଭାଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଓଡ଼ିଶା ପ୍ରେମରେ ବିଦେଶିନୀ; ଶିଖୁଛନ୍ତି ଓଡ଼ିଆ ଭାଷା

ବିନିକା(ଦିଲୀପ ପଣ୍ଡା): “ମୁଁ ଛଅ ମାସ ହେଲା ଓଡ଼ିଶାରେ ଅଛି। ଓଡ଼ିଆ ଭାଷା ବହୁତ ଭଲ ଲାଗୁଛି। ଛଅ ମାସ ହେଲାଣି ଓଡ଼ିଆ ଭାଷା ଶିଖୁଛି।” ଏହା କହିଛନ୍ତି ଜର୍ମାନୀର ଉଲର୍କି ଜେସନ୍‌। ଏବେ ସେ ସୁବର୍ଣ୍ଣପୁର ଜିଲ୍ଲା ଇକୋ ଭିଲେଜରେ ରହୁଥିବା ବେଳେ ଓଡ଼ିଆରେ କିଛି କିଛି କଥା ବେଶ୍ ଭଲ ଭାବେ କହି ପାରୁଛନ୍ତି।

ଉଲର୍କି ଜେସନ୍‌ କହିଛନ୍ତି, “ଜର୍ମାନୀ ମୋର ଜନ୍ମସ୍ଥାନ। ହେଲେ ୧୨ବର୍ଷରୁ ମୁଁ ଇଂଲଣ୍ଡରେ ରହୁଛି। ୨୦ ବର୍ଷ ହେବ ଭାରତକୁ ଆସୁଛି। କେବେ ଲମ୍ବା ସମୟ ଧରି ଏଠାରେ ରହିନି। ତେବେ ଯିବାଆସିବା ଲାଗି ରହେ। ଦୁଇ ବର୍ଷ ପୂର୍ବେ ଓଡ଼ିଶାକୁ ପ୍ରଥମ ଥର ଆସିଥିଲି। ଓଡ଼ିଶା ଆସିଲା ପରେ ବହୁତ ଭଲ ଲାଗିଲା। ଦିଲ୍ଲୀରେ ଏତେ ପ୍ରଦୂଷଣ ଯେ ସେଠାରେ ନିଃଶ୍ୱାସ ନେବା ମୁସ୍କିଲ୍‌। କିନ୍ତୁ ଏଠାରେ ବହୁ ପ୍ରାକୃତିକ ଜାଗା ରହିଛି। ମହାନଦୀ, ବଗିଚା ଓ ପନିପରିବା ଦେଖି ମୋତେ ବହୁତ ଖୁସି ଲାଗୁଛି। ଏଠାକାର ଭାଷା ମଧ୍ୟ ବହୁତ ବଢ଼ିଆ। ଏଠି ମୁଁ ସାଙ୍କେତିକ ଭାଷାରେ ଟ୍ରେନିଂ ଦେଉଛି। ଏଠି ଆମର ଗୋଟିଏ ଗ୍ରୁପ୍‌ ରହିଛି। ଭାରତର ବିଭିନ୍ନ ସ୍ଥାନରୁ କିଛି ଲୋକ ଏଠାରେ ଅଛନ୍ତି। ଏଥିସହ ଉଗାଣ୍ଡା ଓ ନେପାଳରୁ ମଧ୍ୟ କିଛି ଲୋକ ଆସିବାର ଅଛି। ମୁଁ ଏଠାରେ କେମିକାଲ ଫ୍ରି ଫାର୍ମିଙ୍ଗ୍ ଓ ଧାନ ଚାଷ କିପରି ହୋଇଥାଏ, ତାହା ଜାଣିବାକୁ ପାଉଛି। ଏହାସବୁ ଶିକ୍ଷିବାକୁ ମଧ୍ୟ ମୋର ରୁଚି ରହିଛି।”

ସେ ଆହୁରି କହିଛନ୍ତି, “ଏହି ଇକୋ ଭିଲେଜ ୩ ବର୍ଷ ତଳେ ଆରମ୍ଭ ହୋଇଥିବା ନେଇ ମୋର ପାଖରେ ସୂଚନା ଥିଲା। ଏହାର ଫାଉଣ୍ଡର ଶିବାଜୀ ପଣ୍ଡାଙ୍କ ସହିତ ମୁଁ  ୨୨ ବର୍ଷ ହେବ କାମ କରୁଛି। ବହୁ ଦିନ ହେବ ଆମେ ଦୁଇ ଜଣ ସାଙ୍କେତିକ ଭାଷାରେ କାମ କରି ଆସୁଛୁ। ତେବେ ଶିବାଜୀ ପଣ୍ଡା ଇଂଲଣ୍ଡରୁ ଆସି ଏଠାରେ ଇକୋ ଭିଲେଜ କରିବା ପରେ ମୁଁ ଏଠାକୁ ଆସୁଛି। ସାଙ୍କେତିକ ଭାଷା ବ୍ୟବହାର କରି କିପରି ଶିକ୍ଷା ଦିଆଯାଇ ପାରିବ ଏନେଇ ଆମେ ପ୍ରଶିକ୍ଷଣ ଦେଉଛୁ। ଏଥିସହ ଏଠାରେ ଥିବା ଏକ ମୂକ ବଧିର ସ୍କୁଲରେ ଆମେ କାମ କରୁଛି। ଏହି ସ୍କୁଲରେ ୩ ବର୍ଷରୁ ୧୨ ବର୍ଷ ମଧ୍ୟରେ ୩୦ ଜଣ ପିଲା ଅଛନ୍ତି। ସେମାନେ କିପରି ସାଙ୍କେତିକ ଭାଷାରେ ଭଲ ଶିକ୍ଷା ପାଇପାରିବେ ସେଥିପାଇଁ କାମ କରୁଛି। ମୁଁ ଓଡ଼ିଶାରେ ପ୍ରଥମ ଥର ପାଇଁ ଗ୍ରାମ୍ୟ ଜୀବନଯାପନ ଶୈଳୀ  ଦେଖିଲି। ମୋତେ ଗାଁର ଲାଇଫ୍‌ ବହୁତ ଭଲ ଲାଗେ। ଜର୍ମାନୀର ଏକ ଗାଁରେ ବି ମୋର ଘର। ହେଲେ ଏହା ଅଲଗା ପ୍ରକାର ଗାଁ।”

 



from Odisha Reporter https://ift.tt/2Mk3We6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages