ଲକ୍ଷ୍ନୌ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧରେ ଉତ୍ତର ପ୍ରଦେଶ ସ୍ଥିତି ଦିନକୁ ଦିନ ଅଣାୟାତ୍ତ ହେବାରେ ଲାଗିଛି। ଗତକାଲି ସିଏଏ ବିରୋଧକାରୀ ଓ ପୁଲିସ୍ ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ହିଂସାକାଣ୍ତରେ ଏଯାଏ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁରୁବାର ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅର୍ଥାତ ଏଯାଏ ସିଏଏ ପାଇଁ ଜଳୁଥିବା ନିଆଁରେ ୧୨ ଜଣଙ୍କ ଜୀବନ ଯାଇ ସାରିଲାଣି।
ପୁଲିସ୍ ମୃତ୍ୟୁସଂଖ୍ୟାକୁ ସ୍ୱୀକାର କରିଥିଲେ ହେଁ ଏକ ଅଜବ ଯୁକ୍ତି ଉପସ୍ଥାପନ କରିଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଲାଠି, ଟିଅର ଗ୍ୟାସ ଓ ଗୁଳି ମାଡ଼ କରିଥିଲା। ହେଲେ ପୁଲିସ୍ ଗୁଳିରେ କୌଣସି ଆନ୍ଦୋଳନକାରୀ ପ୍ରାଣ ହରାଇ ନଥିବା ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ କୁହାଯାଇଛି।
ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, “ଆମେ ଆନ୍ଦୋଳନକାରୀଙ୍କ ଉପରେ ଗୋଟିଏ ହେଲେ ବି ଗୁଳି ଚଳାଇ ନାହୁଁ।” ସେହିପରି ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି, ବିକ୍ଷୋଭ ବେଳେ ଯାହା ବି ଗୁଳି ଚଳାଯାଇଛି, ତାହା ଆନ୍ଦୋଳନକାରୀଙ୍କ ପକ୍ଷରୁ ମାଡ଼ କରାଯାଇଛି।
ପୁଲିସର ତଥ୍ୟ ଅନୁଯାୟୀ, ଶୁକ୍ରବାର ଉତ୍ତର ପ୍ରଦେଶର ଏକାଧିକ ଅଞ୍ଚଳରେ ବିକ୍ଷୋଭକାରୀ ଓ ପୁଲିସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଆନ୍ଦୋଳନକାରୀ ପୁଲିସ କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିବା ବେଳେ ପୁଲିସ ମଧ୍ୟ ସେମାନଙ୍କ ଉପରକୁ ଟିଅର ଗ୍ୟାସ ଓ ଲାଠି ମାଡ଼ କରିଛି। ଏହାକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିଯୋଗୁ ବିଜନୋରରେ ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲ, ଫିରୋଜାବାଦ, ମୀରଟ ଓ କାନୁପରରେ ଜଣେ ଲେଖାଏ ଲୋକଙ୍କ ଜୀବନ ଯାଇଛି। ତେବେ ଡାକ୍ତରଖାନା ତାଲିକାରେ ଗତକାଲି ଗୁଳି ମାଡ଼ରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।
ଆନ୍ଦୋଳନକାରୀଙ୍କ ସହ ସଂଘର୍ଷରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଶୁକ୍ରବାର ପ୍ରାର୍ଥନା ପରେ ୟୁପିର ପ୍ରାୟ ୧୩ଟି ଜିଲ୍ଲାରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୁଲିସ୍ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଏହାକୁ ଲୋକମାନେ ବେଖାତିର କରିଥିଲେ। ଏଥିପାଇଁ ପୁଲିସ୍ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ୟୁପିର ପ୍ରମୁଖ ସହରରେ ଆସନ୍ତା ୪୫ ଘଣ୍ଟା ଯାଏ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।
from Odisha Reporter https://ift.tt/34JiH0j
No comments:
Post a Comment