୨୨ କୋଟି ଟଙ୍କାର ଗଞ୍ଜେଇ ଗଛ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

୨୨ କୋଟି ଟଙ୍କାର ଗଞ୍ଜେଇ ଗଛ ଜାଳିଦେଲେ

ବାଲିଗୁଡ଼ା(ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ଜୋରଦାର ଉଦ୍ୟମ ଚଳାଇଛି। ତେବେ ଗତକାଲି କ.ନୂଆଗାଁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୨୨ କୋଟି ଟଙ୍କା ହେବ ବୋଲି ପୁଲିସ୍ କହିଛି।

ଅନ୍ୟପକ୍ଷରେ କ.ନୂଆଗାଁ ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲ ଇଲାକାରେ ଶହ ଶହ ଏକର ଜମିରେ ଗଞ୍ଜେଇ ଚାଷ କରି ବେପାରୀ ଓ ମାଫିଆ ମାଲାମାଲ ହେଉଛନ୍ତି। ବିଶେଷକରି କନ୍ଧମାଳ ଜିଲ୍ଲାର ବାଲିଗୁଡା, କ.ନୂଆଗାଁ ଓ ଫିରିଙ୍ଗିଆ ଆଦି ଅଞ୍ଚଳରେ ପୁଲିସ୍‌ ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଜୋରଦାର ପ୍ରୟାସ ଚଳାଇଛି।



from Odisha Reporter https://ift.tt/2DMLuWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages