ଚଳନ୍ତା କାର୍‌ରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ଚଳନ୍ତା କାର୍‌ରେ ନିଆଁ

ନୂଆପଡା.(ମାୟାଧର ସରଫ): ନୂଆପଡା ଥାନା ଭଇଁଷମୁଣ୍ତି ଗାଁ ନିକଟରେ ଗତ ରାତିରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଜଳିଯାଇଛି। କାର୍‌ଟି ନୂଆପଡା ପାର୍ଶ୍ୱରୁ ଭଇଁଷମୁଣ୍ତି ଗାଁ ଆଡକୁ ଯାଉଥିଲା । ରାସ୍ତାରେ ହଠାତ କାର୍‌ଟି ଜଳି ଯାଉଥିବା  ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ଓ ପୁଲିସ୍‌ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଉକ୍ତ ସମୟରେ କାର୍‌ରେ କେହି ବି ନ ଥିଲେ। ଗାଡି ଚାଳକ ତଥା ଗାଡ଼ି ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। କାର୍‌ଟି ଜଳିଗଲା ପରେ କିଏ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି। ନୂଆପଡା ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2Y5SSWx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages