ସହାୟତା ନାଁରେ ୭୦ ଲକ୍ଷ ନେଇ ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ସହାୟତା ନାଁରେ ୭୦ ଲକ୍ଷ ନେଇ ଛୁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସହାୟତା କରିବା ନାଁରେ ୭୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ।

ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତି ନାୟକ ନାମକ ଜଣେ ମହିଳା ତାଙ୍କ ପରିବାର ସହିତ ଆସି ଗାନ୍ଧୀ ନଗର ପଡ଼ାରେ ଭଡ଼ାରେ ରହିଥିଲେ। କିଛି ଦିନ ଭିତରେ ସେ ଲୋକଙ୍କ ସହିତ ମିଳାମିଶା କରି ସେମାନଙ୍କର ବିଶ୍ୱାସ ଜିତିବା ସହିତ ସେମାନଙ୍କ ସହ ଘନିଷ୍ଠତା ବଢ଼ାଇଥିଲେ। ଏହା ପରେ ସେ କାହାକୁ ଚାକିରି କରାଇ ଦେବେ କହି, କାହାର ଝିଅର ବାହାଘର କରାଇ ଦେବେ କହି ଓ କାହାର ଜମିବାଡ଼ି କରେଇ ଦେବେ କହି ଟଙ୍କା ନେଇଥିଲେ। ଏହିଭଳି ଭାବେ ସହାୟତା କରିବାର ଲୋଭ ଦେଖାଇ ସେ ପ୍ରାୟ ୫୦ ଜଣ ମହିଳାଙ୍କଠାରୁ ୭୦ ଲକ୍ଷ ଟଙ୍କା ନେଇଥିଲେ। ଏତେ ପରିମାଣର ଟଙ୍କା ସଂଗ୍ରହ କରିବା ପରେ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେ ରହୁଥିବା ଘରେ ତାଲା ପଡ଼ିଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍ ବି ସ୍ୱିଚ୍‌ ଅଫ୍‌ ଅଛି। ଠକେଇର ଶିକାର ହୋଇଥିବା ଜାଣି ଉକ୍ତ ମହିଳାମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

କୁହାଯାଉଛି, ଆରତି ମହିଳାମାନଙ୍କୁ ହିଁ ଟାର୍ଗେଟ୍ କରୁଥିଲେ। ସେ ଆହୁରି ଅନେକ ମହିଳାଙ୍କୁ ବି ଠକିଛନ୍ତି। ହେଲେ ପରିବାର ଲୋକଙ୍କ ଭୟରେ ସେମାନେ ସାମ୍ନାକୁ ଆସୁ ନାହାନ୍ତି। କାରଣ ଅଧିକାଂଶ ମହିଳା ସେମାନଙ୍କ ସ୍ୱାମୀ ଓ ତଥା ପରିବାର ଲୋକଙ୍କୁ ନଜଣାଇ ଆରତିଙ୍କୁ ଟଙ୍କା ଦେଇଥିଲେ।

ଠକେଇର ଶିକାର ହୋଇଥିବା ସୁପ୍ରଭା ସାହୁ ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ଦିବ୍ୟାଙ୍ଗ ଝିଅକୁ ଚାକିରି କରାଇ ଦେବା ନାଁରେ ଆରତି ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଥିଲେ। ସେ କିସ୍ତିରେ ତାଙ୍କୁ ଏହି ଟଙ୍କା ଦେଇଥିଲେ। ତେବେ ଝିଅକୁ ଚାକିରି ମିଳିଲା ନାହିଁ। ଏଥିରେ ବିଳମ୍ବ ହେଉଥିବା ଦେଖି ସେ ଆରତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ସେ ଟଙ୍କା ଫେରାଇ ନଥିଲେ। ଆଜି ଦେବେ, କାଲି ଦେବେ କହି ଦିନ ଗଡ଼ାଇଥିଲେ। ଏହିଭଳି ଭାବେ ବିଭିନ୍ନ ପ୍ରକାରର ସାହାଯ୍ୟ କରିବା ନେଇ ଆରତି ଅନ୍ୟ ମହିଳାମାନଙ୍କଠାରୁ ଟଙ୍କା ନେଇଥିଲେ। ସେ କାହାଠୁ ୨ ଲକ୍ଷ, କାହାଠୁ ପଚାଶ ହଜାର ତ କାହାଠୁ ୫ ହଜାର ଟଙ୍କା ନେଇଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/350gUVs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages