ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 6, 2019

ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା

ଉନ୍ନାଓ: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା। ୨୩ ବର୍ଷୀୟ ଏହି ଯୁବତୀ ଜଣଙ୍କୁ ଗତକାଲି ରାତିରେ ଭେଣ୍ଟିଲେଟରରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଛି।

ଗତ ଗୁରୁବାର ଯୁବତୀ ଜଣଙ୍କର ଶରୀରରେ ପେଟ୍ରୋଲ ଢ଼ାଳି ୫ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହାପରେ ଯୁବତୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ସେହି ଦିନ ସଂଧ୍ୟାରେ ପୀଡ଼ିତାଙ୍କୁ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା। ପୀଡ଼ିତାଙ୍କ ଶରୀର ୯୦ ପ୍ରତିଶତ ଶରୀର ପୋଡ଼ି ହୋଇଯିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା।

ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ଶଲଭ କୁମାର କହିଛନ୍ତି, ପୀଡ଼ିତା ଜଣଙ୍କ ରାତି ୧୧ଟା ୧୦ ମିନିଟ ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଡାକ୍ତରମାନେ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ହେଲେ ରାତି ୧୧ଟା ୪୦ରେ ପୀଡ଼ିତା ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଏବେ ଯୁବତୀଙ୍କ ମୃତ ଶରୀରକୁ ଫରେନସିକ୍ ଡିପାର୍ଟମେଣ୍ଟକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

ଯୁବତୀଙ୍କ ଶରୀରରେ ଦୁର୍ବୃତ୍ତମାନେ ନିଆଁ ଲଗାଇବା ପୂର୍ବରୁ ତାଙ୍କୁ ଛୁରା ମାଡ଼ କରିଥିଲେ ବୋଲି ପୁଲିସକୁ ପୀଡ଼ିତା ଜଣଙ୍କ କହିଥିବା ସୂଚନା ରହିଛି।

ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶୁଭମ, ହରିଶଙ୍କର, ଉମେଶ ଏବଂ ରାମ କିଶୋର। ଏହି ୫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ରହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଶୁଭମ ପୀଡ଼ିତା ଏତଲା ଦେବା ପରେ ଗିରଫ ହୋଇଥିଲା। ୫ ଦିନ ତଳେ ସେ ଜାମିନରେ ଜେଲରୁ ବାହାରିଥିଲା।

ଶୁଭମ ଜାମିନରେ ବାହାରିବା ପରେ ୪ ଜଣଙ୍କ ସହ ମିଶି ପୀଡ଼ିତାକୁ ମାରିବାକୁ ଚେଷ୍ଟା କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଛି।

ପୀଡ଼ିତା ଜଣଙ୍କ ଉନ୍ନାଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପୁଲିସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୁରୁବାର ଏହି ଦୁଷ୍କର୍ମ ମାମଲାର ଶୁଣାଣି ହୋଇଥିଲା। ଏଥିପାଇଁ ଭୋର ୪ଟା ବେଳେ ଏକ ଲୋକାଲ ଟ୍ରେନ ଯୋଗେ ରାଏବରେଲି ଯିବା ପାଇଁ ସେ ରେଲଓ୍ୱେ ଷ୍ଟେସନକୁ ଆସିଥିଲେ। ଏହି ସମୟରେ ଶୁଭମ ଓ ତାର ୪ ସହଯୋଗୀ ଆସି ତାଙ୍କ ଗୋଡ଼କୁ ଏକ ବାଡ଼ି ସାହାଯ୍ୟରେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଛୁରା ମାଡ଼ କରିବା ସହିତ ତାଙ୍କ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ବୋଲି ସେ କହିଛନ୍ତି। ତେବେ ପୀଡ଼ିତା ଜଣଙ୍କ ଛୁରା ମାଡ଼ର ଶିକାର ହୋଇଛନ୍ତି ବୋଲି ମେଡିକାଲ ରିପୋର୍ଟ ଆସିଲେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଏହି ଦୁଷ୍କର୍ମ ଘଟଣା ବିଧାୟକ କୁଲଦୀପ କୁଲଦୀପ ସିଂହ ସେନଗେରଙ୍କ ମାମଲା ନୁହେଁ। ଏହି ଦୁଷ୍କର୍ମ ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା।



from Odisha Reporter https://ift.tt/33WN2YM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages