୧୦ ଡିଗ୍ରୀ ତଳେ ୯ ସହର ; ସୋନପୁର ସବୁଠୁ ଥଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

୧୦ ଡିଗ୍ରୀ ତଳେ ୯ ସହର ; ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି।

ସେହିପରି କେନ୍ଦୁଝରରେ ୫.୬,  ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ତାପମାତ୍ରା ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ୨ ଦିନ ହେବ ହଠାତ୍ ଖସିଛି ପାରଦ । କୋଇଡା ଓ ଟେନସା ଅଞ୍ଚଳର କିଛି ସ୍ଥାନରେ ବରଫପାତ ହୋଇଥିବା ସୂଚନା ମିଳିଛି। ବାହାରେ ଥିବା ଗାଡ଼ିଗୁଡ଼ିକ ଉପରି ଭାଗରେ ଜମି ରହିଛି ବରଫ ଆସ୍ତରଣ।



from Odisha Reporter https://ift.tt/37jE9uG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages