ପରଦାକୁ ଫେରୁଛନ୍ତି ଡ୍ରିମ୍‌ଗର୍ଲ: ୩୬ ବର୍ଷ ସାନ ଅଭିନେତା ସହ କରିବେ ରୋମାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ପରଦାକୁ ଫେରୁଛନ୍ତି ଡ୍ରିମ୍‌ଗର୍ଲ: ୩୬ ବର୍ଷ ସାନ ଅଭିନେତା ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ଲୋକପ୍ରିୟ ନାୟିକା ତଥା ’ଡ୍ରିମ୍‌ଗର୍ଲ’ ହେମା ମାଳିନୀ ପୁଣିଥରେ ରୂପେଲି ପରଦାକୁ ଫେରୁଛନ୍ତି। ଫିଲ୍ମ ‘ଶିମ୍‌ଲା ମିର୍ଚି’ ଜରିଆରେ ସେ ବଲିଉଡ୍‌କୁ ପୁଣିଥରେ କମ୍‌ବ୍ୟାକ୍‌ କରୁଛନ୍ତି। ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଗଲାଣି। ହେମାଙ୍କୁ ଏହି ଫିଲ୍ମରେ ନିଜଠୁ ୩୬ ବର୍ଷ ସାନ ଅଭିନେତା ରାଜ୍‌ କୁମାର୍‌ ରାଓଙ୍କ ସହ ରୋମାନ୍ସ କରିବା ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ରକୁଲ୍‌ପ୍ରୀତ୍‌ ସିଂହ ମଧ୍ୟ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ହେମା ରକୁଲ୍‌ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି, ଯାହାଙ୍କୁ ରାଜକୁମାର୍‌ଙ୍କ ସହ ପ୍ରେମ ହେଇଯାଉଛି। ହେଲେ ରାଜକୁମାର୍‌ ତାଙ୍କ ଝିଅ ରକୁଲ୍‌ଙ୍କ ଭଲ ପାଆନ୍ତି। ଟ୍ରେଲର୍‌ରେ ଦେଖିବାକୁ ମିଳିଛି ଯେ ରାଜକୁମାର୍‌  ନିଜ ପ୍ରେମର ପରିପ୍ରକାଶ କରିବା ପା‌ଇଁ ରକୁଲ୍‌ଙ୍କ ନିକଟକୁ ଏକ ଚିଠି ଲେଖୁଛନ୍ତି। ହେଲେ ସେ ଚିଠି ହେମାଙ୍କୁ ମିଳୁଛି। ଆଉ ସେ ଭାବି ନେଉଛନ୍ତି ଯେ ଏହି ଚିଠିଟି ତାଙ୍କ ପାଇଁ ଲେଖାଯାଇଛି। ସେ ଭାବି ନେଉଛନ୍ତି ଯେ ରାକୁମାର ତାଙ୍କୁ ଭଲପାଉଛନ୍ତି। ଏହି ସ୍ଥିତିରୁ ରାଜକୁମାର୍‌ କେମିତି ନିଜକୁ ବାହାର କରୁଛନ୍ତି, ତାହା ହିଁ ଏହି ଫିଲ୍ମର କାହାଣୀ।

ଏହି ଫିଲ୍ମଟିର ଶୁଟିଂ ୨୦୧୪ ମସିହାରୁ ସରିଲାଣି। ହେଲେ କୌଣସି କାରଣରୁ ଏହା ରିଲିଜ୍‌ ହୋଇପାରି ନଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମଟି ୫ ବର୍ଷ ପରେ ଆସନ୍ତା ଜାନୁଆରୀ ୩ ତାରିଖରେ ପରଦାକୁ ଆସୁଛି। ଗତ କିଛି ବର୍ଷ ଭିତରେ ରାଜ୍‌ କୁମାରଙ୍କ ଫିଲ୍ମଗୁଡ଼ିକ ବେଶ୍ ଭଲ ପ୍ରଦର୍ଶନ କରିଛି। ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସୁଛି। ଏହି ଫିଲ୍ମର ଟ୍ରେଲର୍‌କୁ ମଧ୍ୟ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେଣୁ ନିର୍ମାତା ଆଶା ରଖିଛନ୍ତି ଯେ ରାଜକୁମାର୍‌ ଓ ହେମାଙ୍କ ଯୋଡ଼ି ପାଇଁ ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବ।

ସୂଚନାଯୋଗ୍ୟ, ‘ଶିମ୍‌ଲା ମିର୍ଚି’ର ନିର୍ଦ୍ଦେଶନା ରମେଶ ସିପ୍ପି ଦେଇଛନ୍ତି। ଏହାରି ମାଧ୍ୟମରେ ସେ ୨୪ ବର୍ଷ ପରେ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରିଛନ୍ତି। ଏହା ପୂର୍ବରୁ ସେ ୧୯୯୫ରେ ଆସିଥିବା ଫିଲ୍ମ ‘ଜମାନା ଦିୱାନା’ର ନିର୍ଦ୍ଦେଶନା ଦେଇଥିଲେ। ରମେଶଙ୍କ ସହ ହେମା ମାଳିନୀ  ଫିଲ୍ମ ‘ସୀତା ଔର୍‌ ଗୀତା’, ‘ଅନ୍ଦାଜ୍’ ଓ ‘ଶୋଲେ’ ପରି ସୁପର୍‌ହିଟ୍ ଫିଲ୍ମରେ କାମ କରିଛନ୍ତି।



from Odisha Reporter https://ift.tt/2F0jgIG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages