ଶ୍ରୀନଗର: ଜମ୍ମୁ କଶ୍ମୀରର କୁପାଓ୍ୱାଡା ଜିଲ୍ଲାର ତଙ୍ଗଧର ସେକ୍ଟରରେ ଆଜି ଏକ ସେନା କ୍ୟାମ୍ପ ଉପରେ ହିମସ୍ଖଳନ ହୋଇଛି। ଫଳରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ସୂଚନା ରହିଛି। ନିକଟରେ ଅନେକ ଯବାନ ଏହି ହିମସ୍ଖଳନ ଯୋଗୁ ଶହୀଦ ହୋଇଛନ୍ତି।
ଗତ ମାସରେ ମଧ୍ୟ ସିଆଚେନ୍ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଥିଲେ। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସରେ ୩୫ ଫୁଟର ବରଫ ଅତଡ଼ା ତଳେ ୧୦ ଜଣ ଆର୍ମି ଯବାନ ଫସି ଯାଇଥିଲେ। ଫଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2RdYEUJ
No comments:
Post a Comment