ଅନୁଙ୍କ ସ୍ଥାନରେ ଆସିଲେ ନୂଆ ଜଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଅନୁଙ୍କ ସ୍ଥାନରେ ଆସିଲେ ନୂଆ ଜଜ୍‌

ମୁମ୍ବାଇ: ମହିଳାଙ୍କୁ ଅସଦାଚରଣ ମାମଲାରେ କିଛି ଦିନ ପୂର୍ବରୁ ଇଣ୍ଡିଆନ୍‌ ଆଇଡଲ୍‌ର ଚଳିତ ସିଜିନ୍‌ରୁ ଅନୁ ମଲିକଙ୍କୁ ବିଦା ହେବାକୁ ପଡ଼ିଥିଲା। ‘ମି ଠୁ’ ଅଭିଯାନ ବେଳେ ଗାୟିକା ସୋନା ମହାପାତ୍ରଙ୍କ ସମେତ ଆଉ କିଛି ମହିଳା ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ସେତେବେଳେ ମଧ୍ୟ ତାଙ୍କୁ ‘ଇଣ୍ଡିଆନ୍ ଆଇଡଲ୍‌’ ଶୋ’ ଛାଡ଼ିବାକୁ ପଡ଼ିଥିଲା। ତେବେ ଏହି ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ର ଚଳିତ ସିଜିନ୍ ଆରମ୍ଭ ହେବା ମାତ୍ରେ ଅନୁଙ୍କୁ ନେଇ ପୁଣି ବିବାଦ ଦେଖାଯାଇଥିଲା। ତାଙ୍କୁ ପୁଣି ଥରେ ଜଜ୍ ଭାବେ ନିଆଯିବା କଥାକୁ ସୋନା ମହାପାତ୍ର ଗ୍ରହଣ କରି ପାରି ନଥିଲେ ଓ ନିୟମିତ ଭାବେ ସୋଶାଲ୍ ମିଡିଆରେ ତାଙ୍କ ବିରୋଧରେ ଅଭିଯାନ ଚଲାଇଥିଲେ। ଏଥିରେ ତାଙ୍କ ସହିତ ସ୍ୱର ମିଳାଇଥିଲେ ଗାୟିକା ନେହା ଭାସିନ। ଏପରିକି ସୋନା ଏ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବି ଚିଠି ଦେଇଥିଲେ। ଏହା ପରେ ଅନୁଙ୍କୁ ଶୋ’ରୁ ବିଦା କରାଯାଇଥିଲା। ତେବେ ବର୍ତ୍ତମାନ ଅନୁଙ୍କ ସ୍ଥାନରେ ‘ଇଣ୍ଡିଆନ୍‌ ଆଇଡଲ୍‌’ର ଜଜ୍‌ ସିଟ୍‌ରେ ଆଉ ଜଣେ କଳାକାର ବସିଛନ୍ତି। ସେ ମଧ୍ୟ ବଲିଉଡ୍‌ର ଜଣେ ବଡ଼ ସଙ୍ଗୀତ ନିର୍ଦ୍ଦେଶକ। ତା’ସହିତ ସେ ଜଣେ ସିଙ୍ଗର ଓ ଆକ୍ଟର ମଧ୍ୟ। ସେ ହେଲେ ହିମେଶ ରେଶମିୟାଁ। ଶୋ’ରେ ତାଙ୍କର ଧମାକେଦାର୍‌ ଏଣ୍ଟ୍ରି ହୋଇଥିଲା।

ହିମେଶ୍‌ କହିଛନ୍ତି, “ମୁଁ ଏହି ଶୋ’ ଦେଖେ। ଏଥିରେ ଅଧାରୁ ସାମିଲ ହେବାରେ କିଛି ଅସୁବିଧା ନାହିଁ। କାରଣ ମୋତେ ସମସ୍ତ ପ୍ରତିଯୋଗୀଙ୍କ ଟ୍ୟାଲେଣ୍ଟ ଓ ସ୍ୱର ବିଷୟରେ ଭଲଭାବେ ଜଣା। ଏହି ଶୋ’ରେ ମୁଁ ମନ ଦେଇ କାମ କରିବି। ପ୍ରତିଯୋଗୀମାନଙ୍କୁଉ ଭଲ ଭଲ ପରାମର୍ଶ ଦେଇ ସେମାନଙ୍କ ଦକ୍ଷତାକୁ ବିକଶିତ କରିବି।”

 

 

 



from Odisha Reporter https://ift.tt/2Yg1s58

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages