ନାଗରିକତା ଆଇନ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ନାଗରିକତା ଆଇନ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ବିଜେପି ପଶ୍ଚିମବଙ୍ଗରେ ବିଶାଳ ରାଲି କରିଥିଲା। ତେବେ ଏହି ରାଲିର କିଛି ଘଣ୍ଟା ପରେ ବିଜେପିର ବରିଷ୍ଠ ନେତା ତଥା ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କୀୟ ଚନ୍ଦ୍ର କୁମାର ବୋସ ସିଏଏ ଉପରେ ପ୍ରଶ୍ନ ଉଠାଇଛନ୍ତି।

ପଶ୍ଚିମବଙ୍ଗରେ ବିଜେପିର ମଙ୍ଗ ସମ୍ଭାଳିଥିବା ଚନ୍ଦ୍ର ବୋଷ ଟ୍ୱିଟ କରି ସିଏଏକୁ ବିରୋଧ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଯଦି ସିଏଏ ୨୦୧୯ ଧର୍ମ ଆଧାରରେ ହୋଇନାହିଁ, ତା’ହେଲେ ଆପଣମାନେ କାହିଁକି କେବଳ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ, ପାର୍ସୀ ଓ ଶିଖ୍‌ଙ୍କ କଥା କହୁଛନ୍ତି? କ’ଣ ପାଇଁ ଏଥିରେ ମୁସଲିମଙ୍କୁ ସାମିଲ କରାଗଲା ନାହିଁ? ଦୟା କରି ସ୍ୱଚ୍ଛତା ପ୍ରଦର୍ଶନ କରନ୍ତୁ। ଦୟା କରି ଭାରତକୁ ଅନ୍ୟ ଦେଶ ସହ ସମାନ କିମ୍ବା ତୁଳନା କରନ୍ତୁ ନାହିଁ। କାରଣ ଭାରତ ସମସ୍ତ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ପାଇଁ ଏକ ଖୋଲା ସ୍ଥାନ।”

ଗତକାଲି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ରେ ସିଏଏ ସପକ୍ଷରେ ବିଶାଳ ଶୋଭାଯାତ୍ରା କରାଯାଥିଲା। ଲୋକଙ୍କୁ ସିଏଏ ସମ୍ପର୍କରେ ବୁଝାଇବାକୁ ବିଜେପି ପ୍ରୟାସ କରିଥିଲା। ହେଲେ ପଶ୍ଚିମବଙ୍ଗର ବିଜେପି ନେତା ଦଳ ସମର୍ଥନ କରୁଥିବା ସିଏଏ ବିରୋଧରେ ମତଦେଇ ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି।



from Odisha Reporter https://ift.tt/2rmtJeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages