ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଲିଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଲିଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଚୋରା ଚାଲାଣ ଲିଙ୍କ । କୁଖ୍ୟାତ ବ୍ରଜକାପ୍ତା ଚାଲାଣକାରୀ ମାଧବଚନ୍ଦ୍ର ପାତ୍ରଙ୍କୁ ପଚରାଉଚରା କରିବା ପରେ ଏନେଇ ତଥ୍ୟ ମିଳିଛି । ସାତକୋଶିଆରୁ ବ୍ରଜକାପ୍ତା ଧରିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା।  ଢେଙ୍କାନାଳ, ନରସିଂହପୁର ଏବଂ ନୟାଗଡ଼ ଭଳି ଅଞ୍ଚଳରୁ କିଛି ଲୋକଙ୍କୁ ନେଇ  ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ମାଧବଚନ୍ଦ୍ର ।

ଖାଲି ବ୍ରଜକାପ୍ତା ନୁହେଁ ହାତୀ ଦାନ୍ତ ସ୍ମଗଲିଂ ଓ ଜାଲ୍ ନୋଟ୍ କାରବାରରେ ମଧ୍ୟ ବେଶ ସକ୍ରିୟ ଥିଲା ମାଧବ । ଏବେ ମାଧବକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ବନବିଭାଗ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମାଧବ ସହ ଅନ୍ୟ ୧୦ ଜଣଙ୍କର ଏଥିରେ ସଂପୃକ୍ତି ରହିଛି । ମାଧବଠୁ ତଥ୍ୟ ମିଳିବା ପରେ ଏନେଇ ଖୋଲତାଡ଼ କରୁଛି ବନ ବିଭାଗ ।



from Odisha Reporter https://ift.tt/34QWltJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages