ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୁମ୍ବାଇ: ବଲିଉଡ୍‌ ତଥା ଟେଲିଭିଜନ୍‌ ଅଭିନେତା କୁଶାଲ୍‌ ପଞ୍ଜାବୀଙ୍କ ମୃତଦେହକୁ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୁମ୍ବାଇର ପାଲି ହିଲ୍‌ ସ୍ଥିତ ଘରୁ ଉଦ୍ଧାର କରାଯାଇଛି। ୩୭ ବର୍ଷୀୟ କୁଶାଲ ଆତ୍ମହତ୍ୟା କରିଥିବା କୁହାଯାଉଛି। କାରଣ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ତେବେ ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି। ଆଜି ଅପରାହ୍ନ ୪ଟାରେ କୁଶାଲଙ୍କ ଶେଷକୃତ୍ୟ ସଂପନ୍ନ ହେବ। ଏ ଖବର ପାଇବା ପରେ ଟେଲିଭିଜନ୍‌ ଜଗତର ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି।

 

କୁଶାଲ୍‌ଙ୍କ ସଂପର୍କରେ ଏହି ଦୁଃଖଦ ଖବରଟିକୁ ପ୍ରଥମେ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ ଅଭିନେତା କରଣବୀର ବୋରା। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ। କରଣ ଓ କୁଶାଲ୍‌ ଭଲ ବନ୍ଧୁ ଥିଲେ। ସେ କୁଶାଲଙ୍କର କିଛି ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରି ଲେଖିଛନ୍ତି, ‘ତୁମ ମୃତ୍ୟୁ ମୋତେ ବଡ଼ ଝଟକା ଦେଇଛି। ମୁଁ ଏଯାଏ ବିଶ୍ୱାସ କରିପାରୁ ନାହିଁ। ତୁମେ ନିଜ ଜୀବନକୁ ଯେଉଁଭଳି ଜିଇଁଛ, ତାହା ମୋତେ ପ୍ରେରଣା ଦେଇଛି।’ କରଣଙ୍କ ଏହି ପୋଷ୍ଟରେ ଅନ୍ୟ ଷ୍ଟାର୍‌ମାନେ ଓ ଫ୍ୟାନ୍‌ମାନେ ଦୁଃଖ ପ୍ରକାଶ କରିଛନ୍ତି।

କୁଶାଲ୍‌ ୨୦୧୫ରେ ଜଣେ ଇଉରୋପୀୟ ଝିଅ ଅଦୁରେ ଡୋଲ୍‌ହେନ୍‌ଙ୍କୁ ବାହା ହୋଇଥିଲେ। ସେମାନଙ୍କର ତିନି ବର୍ଷର ଏକ ପୁଅ ମଧ୍ୟ ଅଛନ୍ତି। ତାଙ୍କ ନାଁ କିଆନ୍‌। ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ କୁଶାଲ୍ ପୁଅ କିଆନ୍‌ଙ୍କ ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର୍ କରିଥିଲେ।

କୁଶାଲ୍‌ ‘ସିଆଇଡି’, ‘ଦେଖୋ ମଗର ପ୍ୟାର୍‌ସେ’, ‘କଭି ହାଁ କଭି ନାଁ’, ‘ଆସମାନ୍‌ ସେ ଆଗେ’, ‘ଝଲକ୍‌ ଦିଖ୍‌ଲାଜା ୭’, ‘ଅଦାଲତ୍’, ‘ସଜନ୍‌ରେ ଝୁଠ୍‌ ମତ ବୋଲୋ’, ‘ଇଶ୍କ ମେ ମରଜାୱାଁ’ ପରି ଅନେକ ସିରିଏଲ୍‌ ଓ ରିଆଲିଟି ଶୋ’ରେ କାମ କରିଛନ୍ତି। ଏସବୁ ବ୍ୟତୀତ କୁଶାଲ୍‌ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଅକ୍ଷୟଙ୍କ ସହ ‘ଅନ୍ଦାଜ୍’, ଜନ୍‌ ଅବ୍ରାହମ୍‌ଙ୍କକ ‘ଦନ୍‌ ଦନା ଦନ୍ ଗୋଲ୍’, ସଲ୍‌ମାନ୍‌ଙ୍କ ‘ସଲାମ୍-ଏ-ଇଶ୍କ’ ଓ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘କାଲ୍‌’ ଓ ହ୍ରିତିକ୍‌ଙ୍କ ସହ ଫିଲ୍ମ ‘ଲକ୍ଷ୍ୟ’ରେ ଅଭିନୟ କରିଛନ୍ତି।

 



from Odisha Reporter https://ift.tt/2MwTDDg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages