ଓ୍ୱାଶିଂଟନ: ଭାରତ ସରକାର ନାଗରିକତା ସଂଶୋଧନ ଆଇନ ଆଣି ମାନବିକତାର ପରିଚୟ ଦେଇଛନ୍ତି। ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଭାବେ ରହୁଥିଲେ ଏହି ଦେଶର ଅଳ୍ପସଂଖ୍ୟକ ମାନେ। ସେମାନେ ଭାରତର ନାଗରିକ ବୋଲି ଦାବି କରିପାରୁନଥିଲେ। ହେଲେ ଭାରତ ସରକାର ଏଭଳି ଆଇନ ଆଣି ମାନବିକତାର ପରିଚୟ ଦେଇଛନ୍ତି। ବିଦେଶରେ ରହୁଥିବା ବାଂଲାଦେଶର ଅଳ୍ପସଂଖ୍ୟକମାନେ ଆମେରିକାରେ ଏକାଠି ହୋଇ ଏଭଳି ମତ ରଖିଛନ୍ତି। ଆଜି ୧୨ଟି ଦେଶରେ ରହୁଥିବା ବାଂଲାଦେଶର ଅଳ୍ପ ସଂଖ୍ୟକ ସଂଗଠନର ସଦସ୍ୟ ଏକାଠି ହୋଇ ସିଏଏକୁ ସମର୍ଥନ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ୍ ଲାଗୁ କରିଛନ୍ତି। ଏହାଦ୍ୱାରା ଭାରତରେ ଶରଣାର୍ଥୀ ଭାବେ ରହୁଥିବା ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନର ଅଳ୍ପ ସଂଖ୍ୟକଙ୍କୁ ନାଗରିକତା ଦେବେ ବୋଲି ଘୋଷଣା କରିଛନ୍ତି। ସରକାରଙ୍କ ଏହି ଆଇନକୁ କିନ୍ତୁ ବିରୋଧୀ ବିରୋଧ କରୁଛନ୍ତି।
from Odisha Reporter https://ift.tt/39gBiEi
No comments:
Post a Comment