ହାଇଦ୍ରାବାଦ ଦୁଷ୍କର୍ମ ଘଟଣା- ଆରମ୍ଭରୁ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

ହାଇଦ୍ରାବାଦ ଦୁଷ୍କର୍ମ ଘଟଣା- ଆରମ୍ଭରୁ ଶେଷ

ହାଇଦ୍ରାବାଦ: ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ଶାମସାବାଦ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରି ଦେଇଛି। ଆଜି ଭୋର ୩ଟା ବେଳେ ପୁଲିସ ଅଭିଯୁକ୍ତକୁ ଦୁଷ୍କର୍ମ ସ୍ଥାନକୁ ଆଣିଥିଲା ଘଟଣା ଦୃଶ୍ୟର ରିକ୍ରିଏସନ ପାଇଁ। ହେଲେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଏନକାଉଣ୍ଟର କରିଛି ବୋଲି ସୂଚନା ରହିଛି। ୨୭ ନଭେମ୍ୱର ସଂଧ୍ୟାରେ ଏହି ଗଣ ଦୁଷ୍କର୍ମ ହୋଇଥିଲା। ମହିଳା ପ୍ରାଣୀଧନ ଡାକ୍ତର ଘରକୁ ଫେରୁଥିଲେ। ହେଲେ ଶାମସାବାଦ ଓଭର ବ୍ରିଜ ପାଖରେ ମହିଳା ଡାକ୍ତରଙ୍କ ସ୍କୁଟି ଚକ ପମ୍ପଚର ହୋଇଯାଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତମାନେ ସ୍କୁଟି ଚକ ଠିକ୍ କରାଇ ଦେବା ଆଳରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ହତ୍ୟା କରି ପୋଡି ଫିଙ୍ଗି ଦେଇଥିଲେ। ଦୁଷ୍କର୍ମର ଶିକାର ହେବା ପୂର୍ବରୁ ପୀଡିତା ଜଣଙ୍କ କିନ୍ତୁ ତାଙ୍କ ସାନ ଭଉଣୀଙ୍କୁ ଫୋନ୍ କରି କହିଥିଲେ ତାଙ୍କୁ ଭୟ ଲାଗୁ ଥିଲା।

ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ତ୍ୱରିତ ସହଯୋଗ କରିନଥିଲା ବୋଲି ପୀଡିତାଙ୍କ ପରିବାର ଲୋକେ କହିଥିଲେ। ପର ଦିନ ସକାଳେ ପୁଲିସ ଶାମସାବାଦ ଓଭର ବ୍ରିଜ ତଳୁ ଡାକ୍ତରଙ୍କ ପୋଡା ମୃତ ଦେହ ଉଦ୍ଧାର କରିଥିଲା। ଏହାପରେ ପୁଲିସ ସିସି ଟିଭି ଓ ଅନ୍ୟାନ୍ୟ ପାରିପାର୍ଶିକ ସ୍ଥିତିକୁ ନେଇ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

୨୮ ନଭେମ୍ୱର: ମହିଳା ପ୍ରାଣୀଧନ ଚିକିତ୍ସକ ଡାକ୍ତର ଦିଶାଙ୍କର ପୋଡ଼ା ଶବ ଶାମସାମବାଦ ଓଭର ବ୍ରିଜ ତଳୁ ମିଳିଥିଲା। ଏହାର ପୂର୍ବଦିନ ରାତିରେ ସେ ନିଖୋଜ ଥିଲେ।

୨୯ ନଭେମ୍ୱର: ୪ ଅଭିଯୁକ୍ତ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ଗିରଫ ହେଲେ। ଏମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ। ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ନେବା ପାଇଁ ଅନୁମତି।

୨୯ ନଭେମ୍ୱର: ସାଇବରାବଦ ପୁଲିସ କମିଶନର ଭିସି ସଜ୍ଜନର କହିଥିଲେ, ଏହି ଦୁଷ୍କର୍ମ ସୁଚିନ୍ତିତ ଷଡ଼ଯନ୍ତ୍ର। ପୀଡ଼ିତାଙ୍କ ମା’ କହିଥିଲେ ସମସ୍ତ ଦୋଷୀଙ୍କୁ ମୋ ଝିଅ ଭଳି ପୋଡ଼ି ଦେବା ଦରକାର। ପୁଲିସ ଯଦି ତ୍ୱରିତ ପଦକ୍ଷେପ ନେଇଥାନ୍ତା ତାହେଲେ ମୋ ଝିଅ ବଞ୍ଚିଯାଇଥାନ୍ତା।

୨୯ ନଭେମ୍ୱର: ହାଇଦ୍ରାବାଦ ଓକିଲ ଘୋଷଣା କଲେ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ।

୩୦ ନଭେମ୍ୱର: ଦୁଷ୍କର୍ମ ଘଟଣାର ଶୀଘ୍ର ନ୍ୟାୟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ସି. ରାଓ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିବା ପାଇଁ ଘୋଷଣା କଲେ।

୩୦ ନଭେମ୍ୱର: ଜାତୀୟ ମହିଳା କମିଶନ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଲେ। ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।

୧ ଡିସେମ୍ୱର: ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର ତିନି ପୁଲିସ କର୍ମୀଙ୍କୁ ନିଲମ୍ୱିତ କରିଥିଲେ।

୧ ଡିସେମ୍ୱର: ସଂସଦରେ ଉଠିଲା ହାଇଦ୍ରାବାଦ ଦୁଷ୍କର୍ମ ଘଟଣା। ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ହାଇଦ୍ରାବାଦରେ ଯାହା ଘଟିଲା, ତାହା ଅମାନବୀୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଥିଲେ।

୩ ଡିସେମ୍ୱର: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିବାଲ କଡ଼ା ଆଇନ ଦାବି କରି ଦୁଷ୍କର୍ମ ଘଟଣାରେ ଅନଶନ କରିବେ ବୋଲି ଘୋଷଣା କରିଥିଲେ।

୬ ଡିସେମ୍ୱର: ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ମାରିଛି। ସୂଚନା ଅନୁଯାୟୀ, ପୁଲିସ ଦୁଷ୍କର୍ମ ସ୍ଥାନକୁ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଭୋର ୩ଟା ସମୟରେ ଆଣିଥିଲା। ହେଲେ ପୁଲିସ ପାଖରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା।



from Odisha Reporter https://ift.tt/2rlks63

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages