‘ଭୁଲ୍‌ରେ ଚାଲାଣ କଟା ଯାଇଥିଲେ ଫେରସ୍ତ ମିଳିବ ଟଙ୍କା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

‘ଭୁଲ୍‌ରେ ଚାଲାଣ କଟା ଯାଇଥିଲେ ଫେରସ୍ତ ମିଳିବ ଟଙ୍କା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୁଲିସ୍‌। ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ପ୍ରଥମେ ପ୍ରଥମେ ଏଥିନିମନ୍ତେ ପୁଲିସ୍‌ ଓ ନିୟମ ଉଲ୍ଲଘଂନକାରୀ ମୁହାଁମୁହିଁ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାପରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା। ହେଲେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ଆସୁଛି।

କାର୍‌ ଚାଳକଙ୍କ ନିକଟକୁ ହେଲମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ ଆସୁଥିବା ବେଳେ, କଟକରେ ଥିବା ଗାଡ଼ି ଚାଳକଙ୍କ ନିକଟକୁ ଭୁବନେଶ୍ୱରରୁ ଆସୁଛି ଚାଲାଣ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୁହଁ ଖୋଲିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ମନ୍ତ୍ରୀ କହିଛନ୍ତି, କିଛି ଲୋକଙ୍କ ନାଁରେ ଭୁଲ୍‌ରେ ଚାଲାଣ କଟିଥିବା ଅଭିଯୋଗ ଥିଲା। ଏପରି ହେବା ଉଚିତ ନୁହେଁ। ଯଦି  ଭୁଲ୍‌ରେ ଚାଲାଣ କଟା ଯାଇଥିବ, ତେବେ ନିହାତି ଭାବେ ଟଙ୍କା ଫେରସ୍ତ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।



from Odisha Reporter https://ift.tt/33UV70j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages