ରାଞ୍ଚି: ଝାଡ଼ଖଣ୍ଡରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇନାହିଁ। ହେଲେ ଭୋଟ ଗଣତି ରିପୋର୍ଟ ଅନୁଯାୟୀ ଏଠାରେ ବିଜେପି ସରକାର ଗାଦିଚ୍ୟୁତ ହେବ ଏବଂ ଜେଏମଏମ-କଂଗ୍ରେସ-ଆରଜେଡ଼ି ମେଣ୍ଟ ସରକାର ଶାସନ ଭାର ଗ୍ରହଣ କରିବ। ଏବେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଓ ନେତା ମିଠା ବାଣ୍ଟି ସରକାର ଗଢ଼ିବେ ବୋଲି ଖୁସି ହେଉଛନ୍ତି। ଏହି ସମୟରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ରଘୁବାର ଦାସ କହିଛନ୍ତି, ବିଜେପି ସଂଖ୍ୟା କମ୍ ପାଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଢ଼ିବ। ଯାହାକି ରାଜ୍ୟରେ ଆଗାମୀ ଦିନରେ ରାଜନୀତିକ ନାଟକ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ କଂଗ୍ରେସ କହିଛି ମେଣ୍ଟ ସମସ୍ତଙ୍କ ପାଇଁ ଖୋଲା ରହିଛି। ଯିଏ ସାମିଲେ ହେବେ ଆମେ ତାଙ୍କୁ ସ୍ୱାଗତ କରିବୁ। ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ମହାମେଣ୍ଚ ଏଠି କ୍ଲିନ ସୁଇପ କରିବ। ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ଏଠି ସରକାର ଗଢ଼ିବ।
ମେଣ୍ଟ ଦଳର ସଂଖ୍ୟା ଅଧିକ ଥିବାରୁ ରାଜ୍ୟପାଳ ସରକାର ଗଢ଼ିବା ପାଇଁ ଆଗ ମେଣ୍ଟ ଦଳକୁ ଆମନ୍ତ୍ରଣ କରିବେ। ହେଲେ ଏହାରି ଭିତରେ ବିଜେପି ସଂଖ୍ୟା ବଳ ଯୋଗାଡ଼ କରିବାକୁ ଯାଇ ଘୋଡ଼ା ବେପାର କରିପାରେ ବୋଲି ରଘୁବର ଦାସଙ୍କ ମନ୍ତବ୍ୟରୁ ଆକଳନ ହେଉଛି। ଅନ୍ୟପଟେ ରଘୁବର ଦାସ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ଜାମସେଦପୁରରେ ତାଙ୍କର ପୂର୍ବତନ ସହଯୋଗୀ ତଥା ପ୍ରତିପକ୍ଷ ପ୍ରାର୍ଥୀ ସୂର୍ଯ୍ୟ ରାୟଙ୍କ ପାଖରୁ ହାରୁଥିବା ଜଣାପଡିଛି। ସୂର୍ଯ୍ୟ ରାୟଙ୍କ ପାଖରୁ ପାଖାପାଖି ୭୦୦ ଭୋଟ ପଛରେ ରଘୁବର ଚାଲିଥିବା ଜଣାପଡ଼ିଛି।
୮୧ ବିଧାନସଭା ଆସନରୁ ବିଜେପି ୨୯, ଜେଏମଏମ ୨୩, କଂଗ୍ରେସ ୧୩, ଆରଜେଡି ୫, ଜେଭିଏମ(ପି) ୪ ଏବଂ ଏଜେଏସୟୁପି ୨ଟି ଆସନରେ ଆଗୁଆ ରହିଛି।
from Odisha Reporter https://ift.tt/2PQEa2Y
No comments:
Post a Comment