ସିଏଏ ହିଂସା: ପର୍ସ ବଞ୍ଚାଇଲା ପୁଲିସ କନଷ୍ଟେବଲଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ସିଏଏ ହିଂସା: ପର୍ସ ବଞ୍ଚାଇଲା ପୁଲିସ କନଷ୍ଟେବଲଙ୍କ ଜୀବନ

ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ ବେଳେ ହିଂସାକୁ ଅଟକାଇବାକୁ ଯାଇ ଦ୍ୱିତୀୟ ଜୀବନ ପାଇଛନ୍ତି ପୁଲିସ କନଷ୍ଟେବଲ ବିଜେନ୍ଦ୍ର କୁମାର (୨୪)। ଶୁକ୍ରବାର ଉତ୍ତର ପ୍ରଦେଶ ଫିରୋଜାବାଦରେ ହିଂସା ପ୍ରଦର୍ଶନ ବେଳେ ଗୋଟିଏ ଗୁଳି ବିଜେନ୍ଦ୍ର ପିନ୍ଧିଥିବା ବୁଲେଟ ପ୍ରୁଫ ଜ୍ୟାକେଟ ପାରି କରି ଯାଇଥିଲା। ତେବେ ଜ୍ୟାକେଟ ତଳେ କଏନ ଭର୍ତ୍ତି ପର୍ସ ଥିବାରୁ ଗୁଳିଟି ଆଉ ଶରୀରରେ ପ୍ରବେଶ କରିନପାରି କଏନରେ ବାଜି ଅଟକି ଯାଇଥିଲା। ବିଜେନ୍ଦ୍ର ଜ୍ୟାକେଟରେ ଥିବା ଉପର ପକେଟର ନିଜର ପର୍ସକୁ ରଖିଥିଲେ। ଫଳରେ ତାଙ୍କର ଜୀବନ ବଞ୍ଚିଯାଇଥିଲା। ଏହି ପର୍ସରେ ସେ ଭଗବାନ ଶିବଙ୍କ ଫଟୋ ସମେତ କିଛି କଏନ ରଖିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ବିଜେନ୍ଦ୍ର କହିଛନ୍ତି, ସେ ଫିରୋଜାବାଦ ଏସପିଙ୍କ ଏସ୍କୋର୍ଟରେ ସାମିଲ ଥିଲେ। ବିରୋଧ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟରେ ଗୁଳି ମାଡ଼ ହୋଇଥିଲା। ତାଙ୍କୁ ଦ୍ୱିତୀୟ ଜୀବନ ମିଳିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଫାୟରିଂ ସମୟରେ ତାଙ୍କ ସହଯୋଗୀ ଧର୍ମେନ୍ଦ୍ରଙ୍କ ପାଦରେ ଗୁଳି ମାଡ଼ ହୋଇଥିବା ସେ କହିଛନ୍ତି। ଏବେ ତାଙ୍କ ସହଯୋଗୀ ହସ୍ପିଟାଲରେ ଚିକିତ୍ସାଧୀନଥିବା ସେ କହିଛନ୍ତି। ଗତକାଲି ଫିରୋଜାବାଦରେ ହୋଇଥିବା ହିଂସା ଘଟଣାରେ ମୋଟ ୪୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ସିଏଏକୁ ନେଇ ଅନେକ ହିଂସା ଦେଖିବାକୁ ମିଳିଛି। କେଉଁଠି ପୁଲିସର ମାଡ଼ରେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି ତ, ଅନ୍ୟ କେଉଁଠି ଆନ୍ଦୋଳନକାରୀଙ୍କ ପଥର ମାଡ଼ର ଶିକାର ହୋଇଛି ପୁଲିସ୍।



from Odisha Reporter https://ift.tt/2ZdUKwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages