ନୂଆଦିଲ୍ଲୀ: ହଲିଉଡ୍ ଅଭିନେତ୍ରୀ କ୍ଲୋଜିନା ଉଜେରଙ୍କ ପରଲୋକ ହୋଇଯାଇଛି। ଗତ ୧୮ ତାରିଖରେ ୭୮ ବର୍ଷ ବୟସରେ ସେ ପ୍ୟାରିସ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ‘ଜେମ୍ସ ବଣ୍ଡ୍’ ସିରିଜ୍ର ଚତୁର୍ଥ ଫିଲ୍ମ ‘ଥଣ୍ଡରବଲ୍’ରେ ଅଭିନୟ କରିଥିଲେ।
କ୍ଲୋଜିନା ୧୯୫୭ରେ ‘ମିସ୍ ସିନେମୋଣ୍ଡ’ ହୋଇଥିଲେ। ଏହାପରେ ୧୯୫୮ରେ ସେ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତାରେ ରନର୍ଅପ୍ ହୋଇଥିଲେ। ତାଙ୍କୁ ଶେଷଥର ୧୯୯୭ରେ ଫ୍ରେଞ୍ଚ ଫିଲ୍ମ ‘ଦ ରେଡ୍ ଆଣ୍ଡ ବ୍ଲାକ୍’ରେ ଦେଖିବାକୁ ମିଳିଥିଲା। ୧୯୫୮ରେ ଆସିଥିବା ଫିଲ୍ମ ‘କ୍ରିଷ୍ଟିନ୍’ ଜରିଆରେ ସେ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ। ସେ ଫିଲ୍ମ ନିର୍ଦ୍ଦେଶକ ପିୟରେ ଗାସ୍ପର୍ଡ଼ଙ୍କୁ ବିବାହ କରିଥିଲେ। ସେ ହେଉଛନ୍ତି ପ୍ରଥମ ଫ୍ରେଞ୍ଚ୍ ଅଭିନେତ୍ରୀ ଯାହାଙ୍କୁ ‘ଜେମ୍ସ ବଣ୍ଡ’ ସିରିଜ୍ରେ କାଷ୍ଟ୍ କରାଯାଇଥିଲା। ‘ଥଣ୍ଡରବଲ୍’ରେ ସେ ଡୋମିନୋ ଭୂମିକାରେ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ‘ଟ୍ରିପଲ୍ କ୍ରସ୍’, ‘ଦ ମେମୋୟର୍ସ ଅଫ୍ ଶରଲୋକ୍’ ପରି ହିଟ୍ ଫିଲ୍ମରେ ମଧ୍ୟ କାମ କରିଥିଲେ।
ସୂଚନାଯୋଗ୍ୟ, ‘ଜେମ୍ସ ବଣ୍ଡ’ ସିରିଜ୍ର ଏବେ ଯାଏ ମୋଟ ୨୪ଟି ଫିଲ୍ମ ଆସିସାରିଲାଣି। ଆଉ ଏବେ ଏହାର ୨୫ତମ ଫିଲ୍ମ ‘ନୋ ଟାଇମ୍ ଟୁ ଡାଏ’ ସିନେମା ହଲ୍ରେ ଧୂମ୍ ମଚାଇବାକୁ ପ୍ରସ୍ତୁତ ହୋଇଗଲାଣି। ଏହି ଫିଲ୍ମଟି ୨୦୨୦ ଏପ୍ରିଲ୍ରେ ରିଲିଜ୍ ହେବ। ଏଥର ମଧ୍ୟ ଫିଲ୍ମରେ ଲିଡ୍ କ୍ୟାରେକ୍ଟର ତଥା ଏଜେଣ୍ଟ ୦୦୭ର ଭୂମିକାରେ ଡ୍ୟାନିୟଲ୍ କ୍ରେଗ୍ ନଜର ଆସିବେ। ସେ ଏହି ସିରିଜ୍ରେ ସବୁଠୁ ଅଧିକ ଥର ‘ବଣ୍ଡ୍’ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୋଇଯାଇଛନ୍ତି। ସେ ୨୦୦୫ ରୁ ଏବେ ଯାଏ ୪ଟି ‘ଜେମ୍ସ ବଣ୍ଡ’ ଫିଲ୍ମରେ କାମ କରିସାରିଲେଣି। ‘ନୋ ଟାଇମ୍ ଟୁ ଡାଏ’ ହୋଇଛି ତାଙ୍କର ଏହି ସିରିଜ୍ର ପଞ୍ଚମ ଫିଲ୍ମ।
from Odisha Reporter https://ift.tt/2ZgDW8p
No comments:
Post a Comment