ବୁର୍ଖା ଓ କୃପାଣ ପିନ୍ଧି ଏନଇଇଟି ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ବୁର୍ଖା ଓ କୃପାଣ ପିନ୍ଧି ଏନଇଇଟି ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ହିଜାବ, ବୁର୍ଖା, କଡ଼ା ଏବଂ କୃପାଣ ପୋଷାକ ପିନ୍ଧି ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଚ୍ରାନ୍ସ ଟେଷ୍ଚ (NEET) ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଆସନ୍ତା ବର୍ଷ ମେ ୩, ୨୦୨୦ରେ ଅପରାହ୍ନ ୨ଟାରେ ଏହି ପରୀକ୍ଷା ହେବ। ଏହାର ୨ ଘଣ୍ଚା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରର ଫାଟକ ବନ୍ଦ ହୋଇଯିବ। ପରୀକ୍ଷାର୍ଥୀ ଯଦି ବୁର୍ଖା ଓ କଡ଼ା ଆଦି ଧାର୍ମିକ ପ୍ରତୀକ ପିନ୍ଧି ପରୀକ୍ଷା ହଲ୍ ଭିତରକୁ ଆସିବାକୁ ଚାହୁଁଛନ୍ତି ତା’ହେଲେ ୧୨ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ଅବଗତ କରାଇବାକୁ ହେବ।

ଏନଇଇଟି ପରୀକ୍ଷା ପାଇଁ ଡ୍ରେସ କୋଡ ବହୁତ ଗୁରୁତ୍ୱ ବହନ କରେ। କିନ୍ତୁ ଧାର୍ମିକ ଭାବନକୁ ଆଖି ଆଗରେ ରଖି ପୋଷାକ ପିନ୍ଧିବା ଉପରେ କଟକଣା କୋହଳ କରାଯାଇଛି। ସେହିପରି କପି ରୋକିବା ପାଇଁ ଆର୍ଟିଫିସିଆଲ ଇଣ୍ଚେଲିଜେନ୍ସର ସାହାଯ୍ୟ ନିଆଯାଇଛି। ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ସହିତ ଦଶମ ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ରୋଲ ନମ୍ୱର ମଧ୍ୟ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି।

ଚଳିତବର୍ଷ ୧୧ଟି ଭାଷାରେ ଏହି ପରୀକ୍ଷା ହେବାକୁ ଯାଉଛି। ଆଜିଠୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି।



from Odisha Reporter https://ift.tt/33Gxbxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages