ମୁମ୍ବାଇ: ରିଆଲିଟି ଶୋ’ ‘ବିଗ୍ ବସ୍ ୧୩’ ଆରମ୍ଭରୁ ଟିକେ ଧୀମା ଚାଲିଥିଲା। ଅର୍ଥାତ୍ ଟିଆର୍ପି ଟିକେ କମ୍ ରହୁଥିଲା। ଏବେ କିନ୍ତୁ ଶୋ’ ପୂରା ହିଟ୍ ହୋଇଗଲାଣି। ସେଥିପାଇଁ ନିର୍ମାତା ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫ୍ୟାନ୍ମାନଙ୍କୁ ଖୁସି କରିଥିବା ବେଳେ ସେମାନଙ୍କୁ ନିରାଶ କଲା ଭଳି ମଧ୍ୟ ଖବରଟିଏ ଆସିଛି। ଖବରଟି ହେଉଛି- ଶୋ’ର ବଢ଼ାଯାଇଥିବା ୫ ସପ୍ତାହରେ ହୋଷ୍ଟ ସଲ୍ମାନ୍ ଖାନ୍ଙ୍କୁ ଦେଖିବାକୁ ମିଳିବ ନାହିଁ।
ଗତ ‘ୱିକେଣ୍ଡ କା ବାର୍’ ଏପିସୋଡ୍ରେ ସଲ୍ମାନ୍ କହିଥିଲେ ଯେ, ‘ବିଗ୍ ବସ୍ ୧୩’ ଏଯାବତ୍ ସବୁଠୁ ହିଟ୍ ସିଜିନ୍ ପ୍ରମାଣିତ ହୋଇଛି। ତେଣୁ ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇ ଦିଆଯାଇଛି। ଏବେ ଦର୍ଶକ ଫେବୃଆରୀ ପର୍ଯ୍ୟନ୍ତ ବିଗ୍ ବସ୍ ଦେଖିପାରିବେ। ଏହି ଖବର୍ରେ ସମସ୍ତେ ଖୁସି ହୋଇ ଯାଇଥିଲେ। ହେଲେ ସଲ୍ମାନ୍ ଆଗକୁ ଯାହା କହିଥିଲେ, ତାହା ଶୁଣି ସମସ୍ତଙ୍କ ମନ ଦୁଃଖ ହୋଇଯାଇଥିଲା। ସେ କହିଥିଲେ ଯେ ଶୋ’ ଏକ୍ସଟେଣ୍ଡ ହେବା ପରେ ସେ ଆଉ ରହିବେ ନାହିଁ। କାରଣ ତାଙ୍କର ଡେଟ୍ସ ଅନ୍ୟ କେଉଁଠି ବୁକ୍ ଅଛି। ସଲ୍ମାନ୍ଙ୍କର ଏହି ଖୁଲାସା ପରେ ଶୋ’ର ସମସ୍ତ ପ୍ରତିଯୋଗୀଙ୍କ ସହ ଫ୍ୟାନ୍ମାନେ ବି ନିରାଶ ହୋଇପଡ଼ିଥିଲେ।
GRAND FINALE on February 15
As per the buzz, Host Salman Khan, who has his dates packed for the shooting schedule of Radhe, might opt-out.
Choreographer-filmmaker Farah Khan will most likely step into his shoes for the remaining period.Retweet If you Want @BeingSalmanKhan
— #BiggBoss_Tak👁️ (@BiggBoss_Tak) November 30, 2019
ବିଗ୍ ବସ୍ ଫ୍ୟାନ୍କ୍ଲବ ଅନୁଯାୟୀ, ଶୋ’କୁ ଆହୁରି ବଢ଼ାଯିବାରୁ ହେବାରୁ ସଲ୍ମାନ୍ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଆଗକୁ ସେ ତାଙ୍କ ଫିଲ୍ମ ‘ରାଧେ’ର ଶୁଟିଂ କରିବେ। ସେଥିପାଇଁ ତାଙ୍କ ସ୍ଥାନରେ ବର୍ଦ୍ଧିତ ୫ ସପ୍ତାହରେ ଫର୍ହା ଖାନ୍ ଶୋ’ର ହୋଷ୍ଟ କରିବେ। ତେବେ ବିଗ୍ ବସ୍ରେ ପ୍ରଥମ ଥର ଏଭଳି ଘଟି ନାହିଁ। ଏହା ପୂର୍ବରୁ ‘ବିଗ୍ ବସ୍ ୮’କୁ ମଧ୍ୟ ବଢ଼ାଯାଇଥିଲା। ସେତେବେଳେ ମଧ୍ୟ ସଲମାନ୍ଙ୍କ ସ୍ଥାନରେ ଫର୍ହା ଶୋ’ର ହୋଷ୍ଟ୍ ହୋଇଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଖବର ଆସିଥିଲା ଯେ ଶୋ’ର ବର୍ଦ୍ଧିତ ୫ ସପ୍ତାହ ପାଇଁ ସଲ୍ମାନ୍ ହୋଷ୍ଟ୍ ରହିବେ ଓ ଏଥିପାଇଁ ସେ ଆହୁରି ଅଧିକ ଟଙ୍କା ନେବେ। ଏବେ ସେ ସପ୍ତାହକୁ ୧୩ କୋଟି ଟଙ୍କା ନେଉଥିବା ବେଳେ ଉକ୍ତ ୫ ସପ୍ତାହ ପାଇଁ ୧୫ କୋଟି ଲେଖାଏ ନେବେ।
from Odisha Reporter https://ift.tt/2ODjj2E
No comments:
Post a Comment