ଆଜି ବାରବାଟୀ ଲଢ଼େଇ; ଷ୍ଟାଡିୟମ୍‌କୁ ମ୍ୟାଚ୍ ଦେଖିବାକୁ ଯାଉଥିଲେ ଏସବୁ ବିଷୟରେ ଜାଣି ରଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ଆଜି ବାରବାଟୀ ଲଢ଼େଇ; ଷ୍ଟାଡିୟମ୍‌କୁ ମ୍ୟାଚ୍ ଦେଖିବାକୁ ଯାଉଥିଲେ ଏସବୁ ବିଷୟରେ ଜାଣି ରଖନ୍ତୁ

କଟକ(ଓଡ଼ିଶା ରିପୋର୍ଟର): ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ହେବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଉଭୟ ଟିମ୍‌ ରହିଛନ୍ତି। ତେବେ ବାରବାଟୀ ମୁକାବିଲା ନେଇ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଯାନବାହନକୁ ଦର୍ଶକମାନେ ବାଲିଯାତ୍ରା ଉପର ଏବଂ ତଳ ପଡ଼ିଆରେ ପାର୍କିଂ କରି ଷ୍ଟାଡିୟମ୍‌କୁ ଯିବେ। ଆଜି ସକାଳ ୯ଟାରୁ ଷ୍ଟାଡ଼ିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯିବ। ସୁରକ୍ଷା ପାଇଁ ଷ୍ଟାଡ଼ିୟମ୍ ପରିସରରେ  ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୩ଶହ ଅଫିସର ଏବଂ ୪ ଜଣ ଆଡିସନାଲ୍‌ ଡିସିପି ରହିବେ । ଏସ୍ଓଜି କମାଣ୍ଡୋ ଏବଂ କ୍ୱିକ୍ ରିଆକ୍ସନ ଟିମ୍ ମଧ୍ୟ ମୁତୟନ ରହିବେ।

ନୂଆ ଓ ପୁରୁଣା ପାଭେଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ଏକ, ଗ୍ୟାଲେରୀ ୫ ପାଇଁ ଗେଟ୍ ୨, ସ୍ପେଶାଲ ଏନକ୍ଲୋଜର ପାଇଁ ଗେଟ୍ ୩, ଗ୍ୟାଲେରୀ ୬ ପାଇଁ ୪ ଓ B ସ୍ପେଶାଲ ଏନକ୍ଲୋଜର ପାଇଁ ୫ ନମ୍ବର ଗେଟ୍ ଦେଇ ପ୍ରବେଶ କରିବାକୁ ହେବ।

ଅନ୍ୟପକ୍ଷରେ  ମଦ ପିଇଥିବା ଦର୍ଶକଙ୍କୁ ପୁଲିସ୍‌ ଷ୍ଟାଡିୟମ ଭିତରକୁ ଛାଡ଼ିବ ନାହିଁ। ତା’ସହ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡ଼ିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ ପଥରେ ଏସବୁର ଯାଞ୍ଚ କରି ଦର୍ଶକଙ୍କୁ ଷ୍ଟାଡ଼ିୟମ୍ ଭିତରକୁ ଛଡ଼ାଯିବ ବୋଲି କଟକ ଡିସିପି କହିଛନ୍ତି। ଅପରାହ୍ଣ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ହେଲେ ସକାଳ ୧୦ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲିବ। ଆଉ ଦିନ ୧୧ଟା ସୁଦ୍ଧା ଦୁଇ ଦଳର ଖେଳାଳି ଷ୍ଟାଡ଼ିୟମରେ ପହଞ୍ଚିବେ।



from Odisha Reporter https://ift.tt/2s1XbXs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages