ଯାଜପୁର (ଅଭୟ ପତି): ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଅଡୁଆରେ ପଡ଼ି ଯାଇଛନ୍ତି ଦୁଇ ଜଣ ପ୍ରଧାନ ଶିକ୍ଷକ। ଏହି ଦୁଇ ପ୍ରଧାନ ଶିକ୍ଷକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍ର ବିଦ୍ୟାଧର ସେଠୀ। ଆଗକୁ ବାର୍ଷିକ ପରୀକ୍ଷା ଥିବାବେଳେ ବିଇଓଙ୍କ ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲି ଠାରୁ ମଥୁରା, କାଶୀ ଓ ବୃନ୍ଦାବନକୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି।
ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିଙ୍କୁ ଘଟଣାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ବିଇଓ। ସିଆରସିସି ଉଭୟ ସ୍କୁଲ୍କୁ ଯାଇ ତଦନ୍ତ କରିଥିଲେ। ପ୍ରଧାନ ଶିକ୍ଷକ ଦୁଇ ଜଣ ଛୁଟି ପାଇଁ ଦରଖାସ୍ତ ଦେଇଥିଲେ। କିନ୍ତୁ ସେମାନଙ୍କ ଦରଖାସ୍ତକୁ ମଞ୍ଜୁରୀ ମିଳି ନଥିବା ସିଆର୍ସି କହିଛନ୍ତି। ସେହିଭଳି ବିଇଓ କହିଛନ୍ତି ଯେ କେହି ତାଙ୍କ ଅନୁମତି ନେଇ ନାହାନ୍ତି। ଏହି ଘଟଣାରେ ଉଭୟ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ଲିଖିତ ଜବାବ ମଗାଯିବ ବୋଲି ବିଇଓ କହିଛନ୍ତି। ଫୋନ୍ରେ ଯୋଗାଯୋଗ କରାଯିବାରୁ ସହାଡ଼ାକୋଲି ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଭୁଲ ସ୍ୱୀକାର କରିଛନ୍ତି।
from Odisha Reporter https://ift.tt/2QfT02m
No comments:
Post a Comment