ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହାର ସଫଳ ରୂପାୟନ ପାଇଁ 5T ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ରାଜ୍ୟର ସବୁ ମେଡିକାଲ୍ ପରିଦର୍ଶନ କରୁଛନ୍ତି। ଏହି ସମୟରେ ସେ ଉନ୍ନତ ସ୍ୱାସ୍ଥ୍ୟ ସେବା ନେଇ ମେଡିକାଲ୍ ଅଧିକାରୀ ଏବଂ ରୋଗୀଙ୍କ ସହିତ ଆଲୋଚନ ମଧ୍ୟ କରିଛନ୍ତି। ମେଡିକାଲ୍ ପରିଦର୍ଶନ ପରେ ସେ ଓ ତାଙ୍କ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛନ୍ତି। ‘ମୋ ସରକାର’ ଟିମ୍ର ରିପୋର୍ଟ ଆଧାରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
ଘୋଷଣା ଅନୁଯାୟୀ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଲେଖାଏଁ ସହାୟତା ଦିଆଯିବ। ଏହାଛଡ଼ା ଜିଲ୍ଲାର ଏସ୍ପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମରେ ସହାୟତା ଲାଗି ୧୦ ଲକ୍ଷ ଦିଆଯିବ। ଉପରୋକ୍ତ ୬ ଜିଲ୍ଲାର ହସ୍ପିଟାଲମାନଙ୍କରେ ରୋଗୀ ସହାୟକଙ୍କ ଲାଗି ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବ।
ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ୪ଟି ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲର ବିଲ୍ଡିଂ ନିର୍ମାଣ ୨ ବର୍ଷରେ ଶେଷ ହେବ। ଏହି ଘୋଷଣା ପରେ ୬ ଜିଲ୍ଲାର ସ୍ୱାସ୍ଥ୍ୟା ସେବା କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ଅନୁମାନ କରାଯାଉଛି।
from Odisha Reporter https://ift.tt/2OXSqqj
No comments:
Post a Comment