ପୁଣି ଥରେ ରାହୁଳ ହେବେ କଂଗ୍ରେସ କ୍ୟାପଟେନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ପୁଣି ଥରେ ରାହୁଳ ହେବେ କଂଗ୍ରେସ କ୍ୟାପଟେନ!

ନୂଆଦିଲ୍ଲୀ: କଂଗ୍ରେସର ନେତୃତ୍ୱ ଗାନ୍ଧି ପରିବାର ପାଖରେ ରହିବ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧି ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେବେ। ଏଭଳି ଇଙ୍ଗିତ ଦେଇଛି ଦଳ। ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ପରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ପୁଣି ଥରେ ନେବେ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି।

ଦେଶ ଖରାପ ସ୍ଥିତି ଦେଇ ଗତି କରୁଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧି ନେତୃତ୍ୱ ନେବା ଦରକାର ବୋଲି ଲୋକମାନେ କହୁଛନ୍ତି। ତେଣୁ ଏହାକୁ ଦେଖି ଦଳ ଆଗାମୀ ଦିନରେ ରାହୁଲଙ୍କ ମୁଣ୍ଡରେ ମଙ୍ଗୁଆଳ ମୁକୁଟ ପିନ୍ଧାଇପାରେ। ରାହୁଲଙ୍କ ସହିତ ୱେନାଡ଼ ଲୋକସଭା ଆସନରେ ବୁଲିବା ପରେ ସାମ୍ୱାଦିକ ସମ୍ମିଳନୀରେ ଏଭଳି କହିଛନ୍ତି କେ.ସି. ବେଣୁଗୋପାଳ।

ଆଗାମୀ ଦିନରେ କଂଗ୍ରେସ ଅଧିବେଶନ ବସିବ। ଏହି ବୈଠକରେ ଯୁବ ନେତାମାନେ ରାହୁଳଙ୍କୁ ଦଳର ନେତୃତ୍ୱ ଦେବାକୁ ନେଇ ଦାବି କରିବେ। ଏହି ଅଧିବେଶନରେ କାହିଁକି ରାହୁଳଙ୍କୁ ଦଳର ଅଧ୍ୟକ୍ଷ କରାଯିବ ବୋଲି ଦାବି ଉଠିବ ତାର ମଧ୍ୟ କାରଣ ରହିଛି। ରାଜନୀତିର ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା ତାହେଲେ ୨୦୦୬ରେ ହାଇଦ୍ରାବାଦରେ ଅଖିଳ ଭାରତୀୟ କଂଗ୍ରେସ କମିଟି ବୈଠକ ବସିଥିଲା। ଏହି ଅଧିବେଶନରେ ଉତ୍ତର ପ୍ରଦେଶର କଂଗ୍ରେସ କର୍ମୀମାନେ ରାହୁଳଙ୍କୁ ଦଳର ନେତୃତ୍ୱ ଦିଆଯାଉ ବୋଲି ଦାବି କରିଥିଲେ। ଏହାପରେ ୨୦୦୭ରେ ସେ ଦଳର ମହାସଚିବ ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୨୦୧୩ରେ ହୋଇଥିବା ଜୟପୁର ଅଧିବେଶନରେ ତାଙ୍କୁ ମହାସଚିବ କରିବାକୁ ଦାବି ଉଠିଥିଲା ଫଳରେ ରାହୁଲ ଗାନ୍ଧି ମହାସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ରାହୁଳ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ବିନା କୌଣସି ବିରୋଧରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ଅନେକ ଦଳୀୟ ନେତା ତାଙ୍କୁ ଏହି ନିଷ୍ପତ୍ତିରୁ ଓହରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ତାଙ୍କ ଜିଦରେ ଅଟଳ ରହିଥିଲେ। ଏହାପରେ ସୋନିଆ ଗାନ୍ଧିଙ୍କୁ ଦଳ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏହି ସମୟରେ ଦଳ ବଂଶବାଦକୁ ହଟାଇବାକୁ ଯାଇ ଗାନ୍ଧି ପରିବାରର ବାହାର ଲୋକଙ୍କୁ ଦଳର ନେତୃତ୍ୱ ଦେବ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଶେଷରେ ସୋନିଆଙ୍କୁ ହିଁ ଅନ୍ତରୀଣ ଅଧ୍ୟକ୍ଷ ଭାବରେ କଂଗ୍ରେସ ନିଯୁକ୍ତ କରିଥିଲା।

ଚଳିତଥର କଂଗ୍ରେସର ଅଧିବେଶନ କେଉଁଠି ବସିବ ତାହା ନିଷ୍ପତ୍ତି ନିଆଯାଇ ନାହିଁ। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନରେ ଏହି ଅଧିବେଶନ ଜାନୁଆରୀ କିମ୍ୱା ଫେବୃଆରୀରେ ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/36i5e0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages