ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ଥିବା ୪ ଅପରାଧୀ ଏବେ ଅବସାଦରେ ଅଛନ୍ତି। ଜେଲ୍ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏହି ୪ ଅପରାଧୀ ଏବେ ଖାଇବା ପିଇବା କମାଇ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ୪ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ସମସ୍ତ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି।
ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା ଉପରେ ଜେଲ୍ କତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଅପରାଧୀମାନେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଖାଇବା ପିଇବା କମ୍ କରି ନିଜ ଶରୀରର ଯେମିତି କ୍ଷତି ନକରନ୍ତି ସେ ନେଇ ତିହାର ଜେଲ କତ୍ତୃପକ୍ଷ ନଜର ରଖିଛନ୍ତି। ଏବେ ଏହି ୪ ଦୋଷୀଙ୍କ ସୁରକ୍ଷା ପାଇଁ ୫ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା ସୂଚନା ରହିଛି।
ଏହାରି ଭିତରେ ତିହାର ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ସମେତ ବରିଷ୍ଠ ଅଧିକାରୀ ଶୁକ୍ରବାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଦେଖି ସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି।
from Odisha Reporter https://ift.tt/2strW7y
No comments:
Post a Comment