‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ବୋମା ପରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ବୋମା ପରି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ବୋମା ପରି। କେତେବେଳେ ଫାଟିଯିବ କିଏ କହିବ? ଅର୍ଥାତ୍‌ ପୂର୍ବରୁ କିଛି ଶୁଣିବାକୁ ମିଳେନି ଓ ହଠାତ୍ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଏ।” ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଏମିତି ପ୍ରତିକ୍ରିୟା ଦେଇଥିଲେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ।

୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଅନ୍ତରା କହିଥିଲେ, “ମୋ ପାଖକୁ ଯେତେବେଳେ ଖବର ଆସିଲା ଯେ ମୁଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯାଉଛି, ମୁଁ ପ୍ରଥମେ ପଚାରିଥିଲି କେଉଁ ଗୀତ ପାଇଁ। ସେମାନେ କହିଥିଲେ-‘ସାଥି ତୁ ଫେରିଆ’ ଗୀତ ପାଇଁ। ଏହା ଶୁଣି ମୋତେ ବହୁତ ଭଲ ଲାଗିଲା। କାରଣ ମୋର ଟପ୍‌-୫ ପସନ୍ଦର ଗୀତ ମଧ୍ୟରୁ ‘ସାଥି ତୁ ଫେରିଆ’ ଗୋଟିଏ। ଏହି ଗୀତଟିକୁ ଶଶାଙ୍କ ଓ ମୁଁ ମିଶିକି ଗାଇଛୁ। ପ୍ରେମ ଆନନ୍ଦ ସାର୍‌ ପ୍ରଥମେ ମୋତେ ଏହି ଗୀତର କମ୍ପୋଜିସନ୍‌ ଶୁଣାଇଥିଲେ। କମ୍ପୋଜିସନ୍ ଶୁଣିବା ପରେ ମୁଁ ନିଜକୁ ବହୁତ ଭାଗ୍ୟବାନ୍‌ ବୋଲି ଭାବିଥିଲି। କାରଣ ମୋତେ ଏଭଳି ଏକ ସୁନ୍ଦର ଗୀତ ଗାଇବାର ସୁଯୋଗ ମିଳିଥିଲା।”

ସେ ଆହୁରି କହିଥିଲେ, “ମୋ ବାପା ଗୀତ ଲେଖନ୍ତି। ମୁଁ ଏକ ମ୍ୟୁଜିକାଲ୍‌ ଫ୍ୟାମିଲିରୁ ଆସିଛି। ଛୋଟବେଳେ ବି ଗୀତ ଗାଉଥିଲି।  କିନ୍ତୁ ଦିନେ ମ୍ୟୁଜିକ୍‌କୁ କ୍ୟାରିଅର କରିବି ବେଲି ଭାବି ନଥିଲି। ଏମିତି ଲାଗେ ଯେମିତି ମ୍ୟୁଜିକ୍‌ ମୋତେ ଆପେ ଆପେ ତା’ ଭିତରକୁ  ନେଇ ଆସିଛି। କାରଣ ଗୀତ ଗାଉ ଗାଉ ମୁଁ ସଙ୍ଗୀତ ସହ ଆପେ ଆପେ ବାନ୍ଧି ହୋଇଯାଇଥିଲି। ଗୀତର ଗୋଟେ ଅଦ୍ଭୁତ ନିଶା ମୋତେ ଲାଗି ଯାଇଥିଲା। ଗ୍ରାଜୁଏସନ୍‌ ବେଳକୁ ମୋତେ ଲାଗିଲା ଯେ ସଙ୍ଗୀତକୁ ନେଇ ମୋତେ କିଛି କରିବାର ଅଛି। କାରଣ ସେତେବେଳକୁ ମୁଁ କିଛି ଆଲବମ୍‌ରେ କାମ କରୁଥିଲି। ଆଉ ସଙ୍ଗୀତ ପ୍ରତି ଗୋଟେ ଅହେତୁକ ଦୁର୍ବଳତା ବି ଚାଲିଆସିଥିଲା।”

ସୂଚନାଯୋଗ୍ୟ, ଡିସେମ୍ବର ୧୦ ତାରିଖ ଦିନ ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ।ସେହିଭଳି ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ଅର୍ଚ୍ଚିତାଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ଶ୍ରେଷ୍ଠ କାହାଣୀ ଓ ସଂଳାପ ପାଇଁ ଡି. ନିରଞ୍ଜନ ରେଡ୍ଡୀ ଏହି ପୁରସ୍କାର ପାଇବେ।  ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଶାନ୍ତିରାଜ୍ ଖୋସ୍‌ଲା, ଶ୍ରେଷ୍ଠ ଗୀତିକାର ଭାବେ ବସନ୍ତରାଜ ସାମଲ ଓ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କରୁଣାକର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ପ୍ରଦାନ କରାଯିବ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ।



from Odisha Reporter https://ift.tt/38EV9wA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages