ନୂଆଦିଲ୍ଲୀ: ଆଜିର ଜୀବନଶୈଳୀରେ ଡାଇବେଟିସ ଏବଂ କଲୋଷ୍ଟେରଲ ଏକ ଥଣ୍ଡା, ଜ୍ୱର ଭଳି ରୋଗରେ ପରିଣତ ହେଲାଣି। ଯେଉଁମାନଙ୍କୁ ଏହି ଡାଇବେଟିସ ଏବଂ କଲୋଷ୍ଟେରଲ ଯେଉଁମାନଙ୍କୁ ହୋଇଛି ନିରାକରଣ ପାଇଁ ଆଲୋପାଥିକ ପାଖରୁ ଆରମ୍ଭ କରି ଚେରମୂଳି ଆଦି ଖାଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏହି ରୋଗକୁ ନିୟନ୍ତ୍ରଣ କରିବାର ଉପାୟ ନିଜ ପାଖରେ ଅଛି। ସଂସଦରେ ମଧ୍ୟପ୍ରଦେଶର ବିଜେପି ସାଂସଦ ଗଣେଷ ସିଂହ ଏହା କହିଛନ୍ତି। ତେବେ ଏଥିପାଇଁ ପ୍ରତିଦିନି ସଂସ୍କୃତ କହିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Speaking on The Central Sanskrit Universities Bill 2019. #Loksabha #WinterSession #शीतकालीनस pic.twitter.com/YaQKX27yYP
— Ganesh Singh (@GaneshSingh_in) December 12, 2019
ଗତକାଲି ସଂସଦରେ ସଂସ୍କୃତ କେନ୍ଦ୍ର ବିଶ୍ୱବିଦ୍ୟାଳୟ ବିଧେୟକ ୨୦୧୯ ଆସିଥିଲା। ଏହି ବିଧେୟକକୁ ନେଇ ଗୃହରେ ଆଲୋଚନା ହେଉଥିବା ବେଳେ ବିଜେପି ସାଂସଦ ଗଣେଷ ସିଂହ କହିଥିଲେ ‘ଆମେରିକା ସ୍ଥିତ ଏକ ଶିକ୍ଷାନୁଷ୍ଠାନର ଗବେଷଣା ରିପୋର୍ଟ ଅନୁଯାୟୀ ସଂସ୍କୃତ କହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏଥିସହ ନାସାର ରିପୋର୍ଟ ଅନୁଯାୟୀ ସଂସ୍କୃତରେ ପ୍ରୋଗ୍ରାମିଂ କଲେ ଏହା ନିର୍ଭୁଲ ରହିଥାଏ। ବିଶ୍ୱର ୯୭ଟି ଭାଷା ଏବଂ କିଛି ଇସଲାମିକ ଭାଷା ସଂସ୍କୃତରୁ ଉଦ୍ଧୃତ’।
ଦେଶରେ ଏବେ ସଂସ୍କୃତର ତିନୋଟି ଡିମଡ୍ ବିଶ୍ୱବିଦ୍ୟାଳୟ ରହିଛି। ଏବେ ଏହି ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ସରକାର ବଦଳ କରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି। ଏହି ତିନି ଡିମଡ ବିଶ୍ୱବିଦ୍ୟାଳୟ ହେଲେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଏବଂ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ଏବଂ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ, ତ୍ରିପୁରା। ଦେଶର ସମସ୍ତ ଭାଷାକୁ ମଜବୁତ କରିବାକୁ ଚେଷ୍ଚା କରୁଛନ୍ତି ସରକାର ବୋଲି ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ କହିଛନ୍ତି।
ସଂସ୍କୃତି ଏକ ଜ୍ଞାନର ଗନ୍ତାଘର। ଏହି ଭାଷାରେ ଅର୍ଥନୀତି, ବିଜ୍ଞାନ ଆଦି ସମସ୍ତ ପ୍ରସଙ୍ଗରେ ଉଲ୍ଲେଖ ରହିଛି। ତେଣୁ ଦେଶର ଆଗାମୀ ପିଢ଼ୀ ଏହି ଭାଷାରେ ବହି ପଢ଼ନ୍ତୁ ବୋଲି ମାନବ ସମ୍ୱଳ ବିକାଶ ମନ୍ତ୍ରୀ କହିଛନ୍ତି।
from Odisha Reporter https://ift.tt/2M5gciz
No comments:
Post a Comment