ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାଗରିକତା ସଂଶୋଧନ ବିଧେୟକ-୨୦୧୯କୁ ଅନୁମୋଦନ ଦେଇଛନ୍ତି। ଫଳରେ ଏହି ବିବାଦୀୟ ବିଧେୟକ ଏବେ ଆଇନରେ ପରିଣତ ହୋଇଛି। ଏ ନେଇ ସରକାରୀ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମରୁ ଲୋକଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବେ। ଏହି ଧର୍ମର ନାଗରିକ ମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ନିର୍ଯାତନାର ଶିକାର ହେଉଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ କହିଥିଲେ। ତେଣୁ ସେମାନେ ଭାରତରେ ଶରଣାର୍ଥୀ ଭାବେ ରହିବା ବଦଳରେ ତାଙ୍କୁ ନାଗରିକତା ପ୍ରଦାନ କରାଯାଉଛି। ପୂର୍ବରୁ ୧୨ ବର୍ଷ ସହିତ ନିଜ ନିଜ ଦେଶର ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଭାରତ ସରକାର ନାଗରିକତା ପ୍ରଦାନ କରୁଥିଲେ। ହେଲେ ଏବେ ୬ ବର୍ଷରେ ନାଗରିକତା ମିଳିବ ବୋଲି ସରକାର କହିଛନ୍ତି।
ନାଗରିକତା ସଂଶୋଧନ ବିଧେୟକ ସୋମବାର ଲୋକସଭାରେ ଏବଂ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା । ତେବେ ଏହି ଆଇନକୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ହିଂସା ଦେଖୁବାକୁ ମିଳିଛି।
from Odisha Reporter https://ift.tt/2PKUVLM
No comments:
Post a Comment