ବାପା ମୁଣ୍ଡକୁ ପଥରରେ ଛେଚିଲା ପୁଅ, ଆଉ ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ବାପା ମୁଣ୍ଡକୁ ପଥରରେ ଛେଚିଲା ପୁଅ, ଆଉ ତା’ ପରେ…

ନୂଆପଡା(ମାୟାଧର ସରାଫ): ସାମାନ୍ୟ ବଚସାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି ।

କୋମନା ଥାନା ଗାତିବେଡା ଗାଁ ଆମପଡାରେ ବାପା ରାମ ସିଂ ମାଝୀ(୭୦ବର୍ଷ)ଙ୍କର ପୁଅ ଦେବ ମାଝୀ (୨୭ବର୍ଷ)ଙ୍କ ସହ ଗତକାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ପୁଅ ଦେବ ହଠାତ୍ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର କଚାଡି ଦେଇଥିଲା । ଘଟଣାସ୍ଥଳରେ ରାମ ସିଂ ମାଝୀ ପ୍ରାଣ ହରାଇଥିଲେ।

ଏହାଦେଖି ଭୟଭୀତ ହୋଇ ପୁଅ ଘଟଣାସ୍ଥଳରୁ କିଛି ଦୂର ଯାଇ ଏକ ବାହାଡା ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ରାମ ସିଂର ଦ୍ୱିତୀୟ ପୁଅ ସମସାଏ ମାଝୀ ଗାଁର କିଛି ଲୋକଙ୍କ ସହ କୋମନା ଥାନା ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ଆଜି ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବ । ହତ୍ୟାର ପ୍ରକୃତ କାରଣ ଜଣା ପଡି ନାହିଁ ।

 



from Odisha Reporter https://ift.tt/35OA5SN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages