ଅବସର ନେଲେ ସେନା ମୁଖ୍ୟ ବିପିନ ରାଓ୍ୱତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ଅବସର ନେଲେ ସେନା ମୁଖ୍ୟ ବିପିନ ରାଓ୍ୱତ

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ୱତ ଆଜି ଭାରତୀୟ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ବିଦାୟ କାଳୀନ ଅବସରରେ ଜେନେରାଲ ରାଓ୍ୱତଙ୍କୁ ଦକ୍ଷିଣ ବ୍ଲକ ସ୍ଥିତ ସେନାର ମୁଖ୍ୟ କାର୍ଯ୍ୟାଳୟରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ଭାରତୀୟ ସେନା ଏବଂ ତାଙ୍କ ପରିବାର ଲୋକଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି ସିଡିଏସ ମୁଖ୍ୟ ଜେନେରାଲ ରାଓ୍ୱତ କହିଛନ୍ତି। ସେନାର ମୁଖ୍ୟ ଥିବା ବେଳେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୬ରେ ରାଓ୍ୱତ ସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ସମସ୍ତ ଯବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ମୁଁ ସମସ୍ତ ଯବାନଙ୍କୁ ଧନ୍ୟବାଦ ଜଣାଉଛି। ସମସ୍ତ ବୀର ମା ଏବଂ ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟତଃ ଉତ୍ତର ଏବଂ ପୂର୍ବ ଭାରତରେ ନିୟୋଜିତ ଥିବା ଯବାନଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ କଠିନ ପରିସ୍ଥିତିରେ ସାମ୍ନା କରିବାକୁ ଯାଇ ଦେଶ ପାଇଁ ସେବା କରୁଛି ସେଥିପାଇଁ ଧନ୍ୟବାଦ ଜଣାଉଛି। ପ୍ରବଳ ଥଣ୍ଡା ସତ୍ତ୍ୱେ ଦେଶ ପାଇଁ କାମ କରୁଥିବାରୁ ଧନ୍ୟବାଦ ଜଣାଉଛି’।

ସୂଚନାଯୋଗ୍ୟ, ଆସନ୍ତାକାଲି ୧ ଜାନୁଆରୀ ୨୦୨୦। ଏହି ଅବସରରେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟା‍ଫ(ସିଡିଏସ) ଭାବେ ଯୋଗ ଦେବାକୁ ଯାଉଛନ୍ତି ଅବସର ପ୍ରାପ୍ତ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ସିଡିଏସରେ ଯୋଗ ଦେବା ପରେ ସେ ଏବେ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଜେନେରାଲ ରାୱତ ୧୯୭୮ ମସିହା ଡିସେମ୍ବର ୧୬ରୁ ସେନା ପାଇଁ କାମ କରି ଆସୁଛନ୍ତି।

୬୧ ବର୍ଷୀୟ ସିଡିଏସ ଜେନେରାଲ ରାୱତ ସରକାର ଓ ସେନା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏଥିସହ ସରକାରଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ୧୯୯୯ ମସିହା କାରଗିଲ ଯୁଦ୍ଧ ପରେ ସିଡିଏସ ପଦବୀ ତିଆରି ହେବ ବୋଲି ଏକ କମିଟି ଗଠନ ହୋଇଥିଲା। ଏହି କମିଟି ହିଁ ସିଡିଏସ୍ ପଦ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ୪ ଷ୍ଟାର ଅଫିସର ହିଁ ସିଡିଏସ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ୬୨ ବର୍ଷ ବୟସ ଯାଏ ସିଡିଏସ୍‌ ଅଧ୍ୟକ୍ଷ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଥିଲା। ହେଲେ ଗତକାଲି ସରକାର ଏହାକୁ ସଂଶୋଧନ କରି ୬୫ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ସିଡିଏସ ପଦବୀ ନିଯୁକ୍ତି ବାବଦରେ ଘୋଷଣା କରିଥିଲେ।



from Odisha Reporter https://ift.tt/2tgVWDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages