ଆବଶ୍ୟକ ସାମଗ୍ରୀ: ଗୋଟା କୁକୁଡ଼ା, ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଦହି, ତେଲ, ଧନିଆ ପତ୍ର, କଟା ପିଆଜ ଓ ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟା କୁକୁଡ଼ାକୁ ଭଲ ଭାବେ ଧୋଇ ରଖନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଦହି, ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ମ୍ୟାରିନେଟ୍ କରି ରଖନ୍ତୁ।
୩୦ ମିନିଟ୍ ପରେ କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ମସଲା ଗୋଳା ଗୋଟା କୁକୁଡ଼ାକୁ ପକାଇ ଘୋଡ଼ଣୀ ଦେଇ ଦିଅନ୍ତୁ। ମଝିରେ ମଝିରେ ଘୋଡ଼ଣୀ ଖୋଲି ଟିକେ ଦେଖୁଥିବେ, ନ ହେଲେ ଲାଗି ଯାଇପାରେ। ଗୋଟେ ପଟ ସିଝିଗଲେ ଓଲଟାଇ ଆରପଟକୁ ସିଝିବା ପାଇଁ ଘୋଡ଼ାଇ ଦିଅନ୍ତୁ। ଉଭୟ ପଟ ସିଝିଗଲା ପରେ ତାକୁ କାଢ଼ି ରୁଟି ସେକା କିମ୍ବା ଗ୍ରୀଲ୍ଡ ଛାଞ୍ଚରେ ଥୋଇ ନିଆଁର ହାଲକା ଆଞ୍ଚରେ କିଛି ସମୟ ପୋଡ଼ନ୍ତୁ। କିଛି ସମୟରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘କୁକୁଡ଼ା ମସଲା ପୋଡ଼ା’। ଏହାକୁ ଧନିଆ ପତ୍ର ଓ କଟା ପିଆଜ ପକାଇ ଗାର୍ନିସ୍ କରି ସର୍ଭ କରନ୍ତୁ।
from Odisha Reporter https://ift.tt/2RgY8VP
No comments:
Post a Comment