ବିଡିଓଙ୍କ ସସ୍‌ପେଣ୍ଡକୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ବିଡିଓଙ୍କ ସସ୍‌ପେଣ୍ଡକୁ ବିରୋଧ

ବୌଦ୍ଧ (ଭାର୍ଜନ ପ୍ରଧାନ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ୍ ନ ମାନିବା ଅଭିଯୋଗରେ ଗତକାଲି ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଥିଲେ । ହେଲେ ଏହା ପ୍ରତିବାଦରେ ବ୍ଲକ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ତୁରନ୍ତ ବିଡିଓଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ସହ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ କର୍ମଚାରୀ ଦାବି କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ ବି କୌଣସି ସୁଫଳ ମିଳିନି । ନିଜ ଜିଦରେ ଅଟଳ ରହିଛନ୍ତି କର୍ମଚାରୀ । ଫଳରେ ବ୍ଲକରେ ସମସ୍ତ କାର୍ଯ୍ୟ ଠପ୍ ହୋଇପଡିଛି।

ଏହି ବହିଷ୍କାରକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ଗତକାଲି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଥିଯୋଗୁ ବୌଦ୍ଧରୁ ଖୋର୍ଦ୍ଧା ଏବଂ ଫୁଲବାଣୀ ଯାତାୟାତ ବନ୍ଦ ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଉଦ୍ଦେଶ୍ୟ ରଖି ବିଡିଓଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ଏଡିଏମ ସୂର୍ଯ୍ୟନାରାୟଣ ଦାଶ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି ।



from Odisha Reporter https://ift.tt/385AX72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages