ଲକ୍ଷ୍ନୌ: ଦେଶରେ ପିଆଜର ଦାମ ଆକାଶ ଛୁଆଁ ରହିଛି। କାଁ ଭାଁ କମିଛି। ଦରଦାମକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶର ଏକ ବାହାଘରରୁ ନିଆରା ବାର୍ତ୍ତା ଦେଖିବାକୁ ମିଳିଛି। ବରକନ୍ୟା ଫୁଲମାଳ ସହିତ ପିଆଜରସୁଣ ମାଳ ପକାଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଏଭଳି ଦେଖିବାକୁ ମିଳିଛି। ଏମିତିକି ବିବାହରେ ଯୋଗ ଦେବା ପାଇଁ ଆସିଥିବା ନିମନ୍ତ୍ରିତ ଅତିଥି ମଧ୍ୟ ପିଆଜ ଏବଂ ରସୁଣ ଉପହାର ଦେଇଛନ୍ତି।
ସମାଜବାଦୀ ପାର୍ଟି ନେତା କମଳ ପଟେଲ କହିଛନ୍ତି, ‘ମାସେ ହେବ ଦେଶରେ ପିଆଜର ଦାମ ଆକାଶ ଛୁଆଁ ରହିଛି। ଏବେ ପିଆଜ ସୁନାଠୁ ମହଙ୍ଗା ବୋଲି ଲୋକମାନେ ବିଚାର କରୁଛନ୍ତି। ତେଣୁ ଏହି ବାହାଘରରେ ବର କନ୍ୟା ଫୁଲମାଳ ଅପେକ୍ଷା ପିଆଜ ଓ ରସୁଣ ମାଳ ପକାଇବାକୁ ଉଚିତ ମନେକରିଛନ୍ତି। ଏବେ ଉତ୍ତର ପ୍ରଦେଶରେ ପିଆଜ କିଲୋଗ୍ରାମ ପିଛା ୧୨୦ ଟଙ୍କା ରହିଛି’।
from Odisha Reporter https://ift.tt/2LTZPFr
No comments:
Post a Comment