୧୯୮୪ ଦଙ୍ଗା ପାଇଁ ପରୋକ୍ଷରେ ପିଭି ନରସିଂହ ରାଓକୁ ଦାୟୀ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

୧୯୮୪ ଦଙ୍ଗା ପାଇଁ ପରୋକ୍ଷରେ ପିଭି ନରସିଂହ ରାଓକୁ ଦାୟୀ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବଦା କମ କଥା କହୁଥିବା ଏବଂ କାଦୁଅ ଫିଙ୍ଗା ରାଜନୀତିରୁ ଉପରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଯଦି ଆଇକେ ଗୁଜରାଲଙ୍କ କଥା ସେତେବେଳେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ପିଭି ନିସିଂହ ରାଓ ମାନି ଥାଆନ୍ତେ, ତା’ହଲେ ହୁଏତ ୧୯୮୪ ଶିଖ ବିରୋଧୀ ଦଙ୍ଗା ଘଟି ନଥାଆନ୍ତି ବୋଲି ମନମୋହନ କହିଛନ୍ତି।

୧୯୯୭-୯୮ରେ ଭାରତର ପ୍ରଧାନମନ୍ତ୍ରୀ ଥିବା ଆଇକେ ଗୁଜରାଲଙ୍କ ୧୦୦ ତମ ଜନ୍ମ ବାର୍ଷିକ ଉତ୍ସବରେ ଯୋଗଦେଇ ମନମୋହନ କହିଛନ୍ତି, “୧୯୮୪ରେ ଯେତେବେଳେ ଦୁଃଖଦ ଘଟଣା ଘଟିଲା ସେତେବେଳେ ଆଇକେ ଗୁଜରାଲ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ନରସିଂହ ରାଓଙ୍କ ପାଖକୁ ଯାଇଥିଲେ।

ସ୍ଥିତିକୁ ଦେଖି ସେ ତୁରନ୍ତ ସହରର ବିଭିନ୍ନ ପ୍ରାନ୍ତରେ ଆର୍ମି ମୁତୟନ କରିବାକୁ କହିଥିଲେ। ଯଦି ସେତେବେଳେ ନରସିଂହ ରାଓ ତାଙ୍କୁ ଦିଆଯାଇଥିବା ପରାମର୍ଶକୁ ମାନି ଥାଆନ୍ତେଳ ତା’ହେଲେ ହୁଏତ ୧୯୮୪ ମସିହା ନରସଂହାରକୁ ରୋକା ଯାଇ ପାରିଥାଆନ୍ତା।”

ଶିଖ ବିରୋଧୀ ଦଙ୍ଗାରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଶିଖ ଅଙ୍ଗରକ୍ଷୀମାନେ ଗୁଳି କରି ହତ୍ୟା କରିବା ପରେ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏକାଧିକ କଂଗ୍ରେସ ନେତା ଶିଖ ମାନଙ୍କୁ ଟାର୍ଗେଟ କରିବାକୁ ଉସକାଉଥିବା ମଧ୍ୟ ଅଭିଯୋଗ ହୋଇଛି।

୧୯୮୪ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ନରସିଂହ ରାଓ ୧୯୯୧-୯୬ରେ କଂଗ୍ରେସ ନେତୃତ୍ୱାଧୀନ ସରକାରର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ମନମୋହନ ସିଂହ ଅର୍ଥ ମନ୍ତ୍ରୀ ରହିଥିଲେ।



from Odisha Reporter https://ift.tt/33R35Ya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages