ଖସି ପଳାଉଥିଲା, କେନାଲ୍‌ରେ ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଖସି ପଳାଉଥିଲା, କେନାଲ୍‌ରେ ପଡ଼ିଲା

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ସୁବର୍ଣ୍ଣପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଲା ଯେ OD31-C-0009 ନମ୍ବର ବିଶିଷ୍ଟ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଛି। ଏହା ପରେ ସୁବର୍ଣ୍ଣପୁର ଅବକାରୀ ଅଧୀକ୍ଷକ ସାମୁଏଲ୍ ହିକ୍କା ଅନ୍ୟ ଅଧିକାରୀଙ୍କ ସହିତ ଏକ ବୋଲେରୋରେ ଏହି କାର୍‌ର ପିଛା କରିଥିଲେ।

ପ୍ରାୟ ସାଢ଼େ ୭ଟା ବେଳେ ସଂସାମୁରା ଛକରେ ଅବକାରୀ ବିଭାଗ ଗାଡ଼ି କାର୍‌ଟିକୁ ଓଭରଟେକ୍ କରିଥିଲା। ଏହି ସମୟରେ ଗଞ୍ଜେଇ ନେଇ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ କେନାଲ୍‌ ଭିତରେ ଖସି ପଡ଼ିଥିଲା। ଏହା ପରେ ଅବକାରୀ ବିଭାଗ ଗାଡ଼ି ଓ ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଥିଲା। ତେବେ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/33PVRDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages