ଭୋପାଲ: ମଧ୍ୟପ୍ରଦେଶ ମୋରେନାର କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ।
ସେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ବନୱାରୀ ଲାଲ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ ସହ ରହୁଥିଲେ। ଜାଲଥାପ ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଗତବର୍ଷ ବିଧାନସଭା ନିର୍ବାଚନରେ ବନୱାରୀ ଲାଲ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ଜାଉରା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ଏବେ ବନୱାରୀଙ୍କ ମୃତ୍ୟୁ ପରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧୫ରୁ ୧୧୪କୁ ହ୍ରାସ ପାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।
from Odisha Reporter https://ift.tt/2PH5gtr
No comments:
Post a Comment