ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହାଥ୍ରୀ ମହମ୍ମଦ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, “ମୁଁ ଭାରତରେ ଯାହା ସବୁ ଘଟୁଛି ତା’କୁ ଦେଖି ଦୁଃଖିତ। କାରଣ ଭାରତ ନିଜକୁ ସର୍ବଦା ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି କହିଥାଏ। ହେଲେ ଏବେ ଭାରତ ସରକାର ସେମାନଙ୍କ ଦେଶରୁ କିଛି ମୁସଲିମଙ୍କୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏଭଳି ଏକ ଆଇନର ଜରୁରୀ କ’ଣ ଥିଲା। ଏହି ଆଇନ ପାଇଁ ଲୋକମାନେ ପ୍ରାଣ ହରାଉଛନ୍ତି। ସମସ୍ତ ଏକାଠି ବିନା କୌଣସି ସମସ୍ୟାରେ ଦୀର୍ଘ ୭୦ ବର୍ଷ ହେଲା ରହି ଆସୁଥିଲେ। ହେଲେ ଏବେ ହଠାତ୍ କ’ଣ ପାଇଁ ଏଭଳି ଏକ ବିଭେଦ ସୃଷ୍ଟି କରିବା ଭଳି ଆଇନ ଅଣାଗଲା?”
ତେବେ ମ୍ୟାଲେସିୟା ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନକୁ ଭାରତ ସରକାରଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ମହମ୍ମଦ ଭୁଲ ତଥ୍ୟ ଦେଉଛନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ମିଡିଆ ରିପୋର୍ଟ ଅନୁଯାୟୀ ପୁଣିଥରେ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ମହମ୍ମଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ମତ ଦେଇଛନ୍ତି।
ସିଏଏ ଧାର୍ମିକ ତାଡ଼ନାର ଶିକାର ହୋଇଥିବା ଅଣ ଭାରତୀୟଙ୍କୁ ଭାରତର ନାଗରିକତା ଦେବ। ଏହି ଆଇନ ଦ୍ୱାରା ଭାରତରେ ରହୁଥିବା କୌଣସି ନାଗରିକଙ୍କର କିଛି ବି କ୍ଷତି ହେବନି। ଏହି ଆଇନ ଦ୍ୱାରା କୌଣସି ଭାରତୀୟଙ୍କୁ ସେମାନଙ୍କ ନାଗରିକତାରୁ ବଞ୍ଚିତ କରାଯିବ ନାହିଁ। ତେଣୁ ମ୍ୟାଲେସିୟା ପ୍ରଧାନମନ୍ତ୍ରୀ ଏସବୁ ବିଷୟରେ ଭଲ ଭାବେ ଅବଗତ ହେବା ଦରକାର। ”
from Odisha Reporter https://ift.tt/2EI0o12
No comments:
Post a Comment