ସିଏଏ ହିଂସାକୁ ନେଇ ଆକ୍ସନ ମୁଡରେ ସରକାର, ଦୋଷୀଙ୍କୁ ନିସ୍ତାର ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ସିଏଏ ହିଂସାକୁ ନେଇ ଆକ୍ସନ ମୁଡରେ ସରକାର, ଦୋଷୀଙ୍କୁ ନିସ୍ତାର ନାହିଁ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବାକୁ ଯାଇ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଆଜି ଚେତାବନୀ ଦେଇଛନ୍ତି ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ। ଆନ୍ଦୋଳନ ବେଳେ ଯେଉଁମାନେ ହିଂସା କାଣ୍ଡ ଘଟାଇ ନାହାନ୍ତି ସେମାନଙ୍କ ଦେହରେ ପ୍ରଶାସନ ହାତ ମାରିବନି। ହେଲେ ଯେଉଁମାନେ ହିଂସାରେ ସାମିଲ୍ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ସେ ପିଏଫଆଇର ସଦସ୍ୟ ହୁଅନ୍ତୁ ଅବା କୌଣସି ରାଜନୀତିକ ଦଳର, ଆଇନ ସମସ୍ତଙ୍କୁ ସମାନ୍ ଆଖିରେ ଦେଖିବ ବୋଲି ଡିଜିପି ଓପି ସିଂହ କହିଛନ୍ତି। ହିଂସା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ରାଜ୍ୟରେ ଏବେ ଆଇନ୍ ଶୃଙ୍ଖ ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସିଏଏକୁ ନେଇ ଅନେକ ଗୁଜବ ଖବର ପ୍ରଚାର କରାଯାଉଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟର ୨୧ଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି। ପରିସ୍ଥିତିରେ ସୁଧାର ଆସିବା ପରେ ଇଣ୍ଟରନେଟ୍ ସେବା ଚାଲୁ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଡିସେମ୍ୱର ୧୯ରେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ହୋଇଥିଲେ। ଏହି ଆନ୍ଦୋଳନ ବେଳେ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ପୁଲିସ ସିସିଟିଭି ଓ ଭିଡ଼ିଓ ଫୁଟେଜ ଜରିଆରେ ହିଂସା ଘଟାଇଥିବା ପାଖାପାଖି ୪୫୦ ଲୋକଙ୍କୁ ଚିହ୍ନଟ କରିଛି। ଏବେ ୧୩୦ ଜଣଙ୍କୁ ସିସିଟିଭି ନୋଟିସ୍ ପଠାଇ ସପ୍ତାହକ ମଧ୍ୟରେ ଜବାବ ତଲବ କରିଛି। ଯଦି ଏମାନେ ନିର୍ଦ୍ଦୋଷ ବୋଲି ପ୍ରମାଣ ନକରି ପାରିବେ ତାହେଲେ କ୍ଷତିପୂରଣ ରାଶି ଦେବାକୁ ପଡ଼ିବ। ଯଦି ନଦେବେ ତାହେଲେ ସେହି ବ୍ୟକ୍ତିଙ୍କ ସମ୍ପତ୍ତି ସରକାର ଜବତ କରି ଆବଶ୍ୟକ କ୍ଷତିପୂରଣ କରିବେ ବୋଲି ଯୋଗୀ ସରକାର କହିଛନ୍ତି। ନୋଟିସ୍ ପଠାଯାଇଥିବା ୧୩୦ ଜଣଙ୍କ ମଧ୍ୟରୁ ଜଣେ କିଛି ଗିରଫ ହୋଇ ଜେଲରେ ଅଛନ୍ତି।



from Odisha Reporter https://ift.tt/2so4CZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages