ବଲାଙ୍ଗିର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ବଲାଙ୍ଗିର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ ) : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବରକାନିସ୍ଥିତ ବିପିସିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସଂଗୀତା କୁମାରୀ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ଏଲ୍‌ପିଜି ସିଲିଣ୍ଡର ବିତରଣ କରିବ ।

ଆଜି ସକାଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବରକାନି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ତାଙ୍କର ବଲାଙ୍ଗିର ଗସ୍ତ ବାତିଲ ହୋଇଥିଲା । ସେ ଦିଲ୍ଲୀରୁ ରାୟପୁର ଯାଏ ଆସିଥିଲେ । କିନ୍ତୁ ପାଗ ଏତେ ଖରାପ ଥିଲା ଯେ, ରାୟପୁରରୁ ବଲାଙ୍ଗିର ଆସିପାରିନଥିଲେ । ସେଠାରୁ ସେ ଭଏସ୍ ମେସେଜରେ ବାର୍ତ୍ତା ଦେଇଥିବା ଜଣାଯାଇଛି।



from Odisha Reporter https://ift.tt/2t5yLfP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages