ମ୍ୟାଚ ପାଇଁ ପାର୍କିଂ ଗାଇଡ଼ଲାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ମ୍ୟାଚ ପାଇଁ ପାର୍କିଂ ଗାଇଡ଼ଲାଇନ୍‌

କଟକ ( ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ । ହାଓଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ । ଚହଟାଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ ।

କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ କରିପାରିବେ । ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିବେ ।

ସେହିପରି ଓସିଏ ପାର୍କିଂ ପାସ୍‌ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚୁ କିମ୍ବା ନାରୀସେବା ସଦନ ଛକ ଦେଇ ଓସିଏ ପଡିଆରେ ପାର୍କିଂ କରିବେ । ଜାଭିଅର ଗ୍ରାଉଣ୍ଡ ପାସ୍‌ ପାଇଥିବା ବ୍ୟକ୍ତି ଗେଟ୍ ନମ୍ବର ୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ  ।



from Odisha Reporter https://ift.tt/2PGh6nO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages