ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଡେରିରେ ହେଲେ ବି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଲାଣି। ତେବେ ଆଗକୁ ଆହୁରି ଶୀତ ବଢ଼ିବ। ରାଜ୍ୟରେ ଶୀତର ପ୍ରକୋପ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ତାପମାତ୍ରା ୧ରୁ ୨ ଡିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବ। ଫଳରେ ଆହୁରି ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ କମିଛି। ଉତ୍ତରା ପବନ ସହ ଶୀତର ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଏମିତି ଶୀତ ଅନୁଭୂତ ହେଉଛି ଯେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ସେହିପରି ଫୁଲବାଣୀରେ ମଧ୍ୟ ସମାନ ଅବସ୍ଥା। ସକାଳ ହେଲେ ଲୋକେ ନିଆଁ ଜାଳି ଏହାର ଚାରିପାଖେ ବସୁଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2Q4GAKw
No comments:
Post a Comment